ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଥିବା ରାଉରକେଲା NITର ୪ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଉରକେଲା ଏନଆଇଟିର ୪ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ରାଉରକେଲା ଏନଆଇଟିର ଭୁବନେଶ୍ବର ଅଡିଟୋରିୟମରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ବର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଆଇଏଏସ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରଛାତ୍ରୀମାନେ ହେଲେ ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ୨୦୨୧ ମସିହାରେ କମ୍ପ୍ୟୁଟର ସାଇନ୍ସ ବ୍ୟାଚର ଅନିମେଶ ପ୍ରଧାନ, ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ୧୭୬ ରାଙ୍କରେ କୃତକାର୍ଯ୍ୟ ହୋଇଥିବା ୨୦୧୮ ବ୍ୟାଚର ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ଛାତ୍ର ପଦ୍ମମାନଭ ମିଶ୍ର, ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ୩୪୩ ରାଙ୍କରେ କୃତକାର୍ଯ୍ୟ ହୋଇଥିବା ୨୦୧୬ ବ୍ୟାଚର ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ଛାତ୍ର ବିଶ୍ବଜିତ ପଣ୍ଡା ଏବଂ ୪୨୬ ରାଙ୍କରେ କୃତକାର୍ଯ୍ୟ ହୋଇଥିବା ଅନୁଷ୍କା ସରକାର ।

ସୂଚନାଯୋଗ୍ୟ ଯେ ଅନୁଗୋଳ ଜିଲ୍ଲା ତାଳଚେର ନିବାସୀ ଅନିମେଶ ତାଳଚେରର ଡିଏଭି ପବ୍ଲିକ ସ୍କୁଲରୁ ୧୦ମ ଓ ୧୨ଶ ଶ୍ରେଣୀ ଉତୀର୍ଣ୍ଣ ପରେ ରାଉରକେଲା ଏନଆଇଟିରେ ୨୦୧୭ରେ କମ୍ପ୍ୟୁଟର ସାଇନ୍ସରେ ଆଡମିଶନ କରି ଅଧ୍ୟୟନ କରିଥିଲେ । ୨୦୨୧ ମସିହାରେ ସେ ଏନଆଇଟି ରାଉରକେଲାରୁ ଉତୀର୍ଣ୍ଣ ହେବା ପରେ ୨ ମାସ ପାଇଁ ମହାରାଷ୍ଟ୍ର ପୁନେର ଭେରିଟାସ୍ ଟେକ୍ନୋଲୋଜି ଏଲଏଲସିରେ ଚାକିରୀ କରୁଥିଲେ । ଏହାପରେ ୨୦୨୧ ଅକ୍ଟୋବରରୁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ, ନୂଆଦିଲ୍ଲୀରେ କାର୍ଯ୍ୟରତ ଥିଲେ । ଏହି ଅବସରରେ ସେ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ।

ସେହିପରି ରାଉରକେଲା ଏନଆଇଟିରୁ ଉତୀର୍ଣ୍ଣ ହୋଇଥିବା ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ୧୭୬ ରାଙ୍କରେ କୃତକାର୍ଯ୍ୟ ହୋଇଥିବା ୨୦୧୮ ବ୍ୟାଚର ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ଛାତ୍ର ପଦ୍ମମାନଭ ମିଶ୍ର ରାଉରକେଲା ଏନଆଇଟିରୁ ଉତୀର୍ଣ୍ଣ ହୋଇଥିବା ୨୦୧୬ ବ୍ୟାଚର ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ଛାତ୍ର ବିଶ୍ବଜିତ ପଣ୍ଡା ସର୍ବଭାରତୀୟ ୟୁପିଏସସି ସିଭିଲ ସର୍ଭିସେସ୍ ପରୀକ୍ଷାରେ ୩୪୩ ରାଙ୍କରେ କୃତକାର୍ଯ୍ୟ ହୋଇ ରାଉରକେଲା ଏନଆଇଟିର ଗୌରବ ଓ ସମ୍ମାନକୁ ଉଜ୍ଜିବିତ କରି ରଖିଛନ୍ତି ।
ଏହି ଅବସରରେ ସମ୍ବର୍ଦ୍ଧନାର ଉତ୍ତରରେ ୨ୟ ସ୍ଥାନ ଅଧିକାର କରିଥିବା ଅନିମେଶ ପ୍ରଧାନ କହିଛନ୍ତି ରାଉରକେଲା ଏନଆଇଟି କ୍ୟାମ୍ପସ, ଭିତ୍ତିଭୂମି, ଶିକ୍ଷାଦାନ, ସିନିୟରଙ୍କ ପ୍ରେରଣା ବାସ୍ତବିକ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିଯାଇଛି । ଏହି କାର୍ଯ୍ୟକ୍ରମରେ ଏନଆଇଟିର ବହୁ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.