ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…

ମେଷ: ରବିବାରରେ କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ। ସୋମ, ମଙ୍ଗଳ, ବୁଧବାରରେ ସୁଖସମୃଦ୍ଧି, ରାଜନୀତିରେ ପ୍ରଭାବଶାଳୀ ରହିବେ। ଗୁରୁ, ଶୁକ୍ରବାରରେ କାର୍ଯ୍ୟମନ୍ଥର, ବ୍ୟୟ ବୃଦ୍ଧି ଦେଖାଦେବ। ଶନିବାରରେ ସୁଖମୟ ,ବ୍ୟବସାୟିକ ପ୍ରସାର ହେବ।

ବୃଷ: ରବିବାରରେ ସ୍ବପ୍ନସାକାର, ସମାଜରେ ପ୍ରତିଷ୍ଠିତ ହେବେ। ସୋମ, ମଙ୍ଗଳ, ବୁଧବାରରେ ଅଭାବ, ଅସୁବିଧା, କାର୍ଯ୍ୟରେ ବାଧା ରହିବ। ଗୁରୁ, ଶୁକ୍ରବାରରେ ପ୍ରସନ୍ନତା, ସହଯୋଗ ପାଇବେ। ଶନିବାରରେ ଅର୍ଥପ୍ରାପ୍ତି ଓ ବ୍ୟବସାୟିକ ସୁଫଳ ମିଳିବ।

ମିଥୁନ: ରବିବାରରେ କର୍ମକ୍ଷେତ୍ରରେ ସ୍ବାଧୀନତା, ସୁଖ ସମ୍ମାନ ପାଇବେ। ସୋମ, ମଙ୍ଗଳ, ବୁଧବାରରେ ଠକାମିର ଶିକାର, ବନ୍ଧୁ ମନାନ୍ତର ରହିବ। ଗୁରୁ, ଶୁକ୍ରବାରରେ ସନ୍ତାନସନ୍ତତିଙ୍କ ଉନ୍ନତି, ଗୁରୁଜନଙ୍କ ସହଯୋଗ ପାଇବେ। ଶନିବାରରେ ଅର୍ଥପ୍ରାପ୍ତି, ବ୍ୟବସାୟିକ ସୁଫଳ ମିଳିବ।

କର୍କଟ: ରବିବାରରେ ଚଳଚଞ୍ଚଳ, ପଡ଼ୋଶୀଙ୍କ ସହଯୋଗ ମିଳିବ। ସୋମ, ମଙ୍ଗଳ,ବୁଧବାରରେ ନେତୃତ୍ବ ନେଇ ସଫଳ ହେବେ। ଗୁରୁ,ଶୁକ୍ରବାରରେ ଦୁଶ୍ଚିନ୍ତା,ବ୍ୟୟବହୁଳତା ରହିବ। ଶନିବାରରେ ପରିଶ୍ରମର ଫଳ ଓ ବ୍ୟବସାୟିକ ସଫଳତା ପାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ରବିବାରରେ ଯୋଜନା ଫଳପ୍ରସୂ ହେବ। ସୋମ,ମଙ୍ଗଳ,ବୁଧବାରରେ ଦୃଢ଼ମନା, କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି ହେବ। ଗୁରୁ, ଶୁକ୍ରବାରରେ ସନ୍ତୋଷଜନକ ବାତାବରଣ ରହିବ। ଶନିବାରରେ ହତୋତ୍ସାହ,ବ୍ୟବସାୟିକ କ୍ଷତି ହୋଇପାରେ।

କନ୍ୟା: ରବିବାରରେ ଅଯଥା ଝାମେଲା, ବିରୋଧାଭାସ ଦେଖାଦେଇପାରେ। ସୋମ,ମଙ୍ଗଳ,ବୁଧବାରରେ ବହୁ ଚେଷ୍ଟାରେ କାର୍ଯ୍ୟ ସଫଳ, ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ,ଶୁକ୍ରବାରରେ ସମସ୍ୟାରୁ ମୁକ୍ତି ପାଇବେ। ଶନିବାରରେ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ବ୍ୟବସାୟିକ ସଫଳତା ଲାଭ କରିବେ।

ତୁଳା: ରବିବାରରେ ସୁଖଶାନ୍ତି, ଦାମ୍ପତ୍ୟରେ ମଧୁର ସମ୍ପର୍କ ରହିବ। ସୋମ, ମଙ୍ଗଳ,ବୁଧବାରରେ ଅସହଯୋଗ,ସମସ୍ୟାବହୁଳ ରହିବ। ଗୁରୁ, ଶୁକ୍ରବାରରେ ଶୁଭକାର୍ଯ୍ୟ ସମ୍ପାଦନ, ସଫଳ ହେବେ। ଶନିବାରରେ କାର୍ଯ୍ୟ ସଫଳ ଓ ବ୍ୟବସାୟିକ ଲାଭ ମିଳିବ।

ବିଛା: ରବିବାରରେ ଆର୍ଥିକ ଉନ୍ନତି, କର୍ମତତ୍ପର ରହିବେ। ସୋମ, ମଙ୍ଗଳ,ବୁଧବାରରେ ଉତ୍ସାହିତ, ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଗୁରୁ,ଶୁକ୍ରବାରରେ ଅଶାନ୍ତି, ଦ୍ରବ୍ୟାଦି ହାନି ହୋଇପାରେ। ଶନିବାରରେ ସଂସ୍କାରପ୍ରିୟ,ବ୍ୟବସାୟିକ ଲାଭାନ୍ବିତ ହୋଇପାରେ।

ଧନୁ: ରବିବାରରେ ଧର୍ମାଦି କାର୍ଯ୍ୟରେ ଯୋଗଦାନ, ସମ୍ମାନ ପ୍ରାପ୍ତି ହେବ। ସୋମ,ମଙ୍ଗଳ,ବୁଧବାରରେ କାର୍ଯ୍ୟସଫଳ, ଦୂରଯାତ୍ରା କରିପାରନ୍ତି। ଗୁରୁ, ଶୁକ୍ରବାରରେ ପ୍ରତିଷ୍ଠା ବୃଦ୍ଧି, ସୁଖମୟ ସମୃଦ୍ଧି ପ୍ରାପ୍ତି ହେବ। ଶନିବାରରେ ଖର୍ଚ୍ଚାନ୍ତ, କାର୍ଯ୍ୟ ବିଳମ୍ବ, ବ୍ୟବସାୟିକ ମାନ୍ଦା ରହିବ।

ମକର: ରବିବାରରେ ଶତ୍ରୁବୃଦ୍ଧି, ଅର୍ଥାଭାବ ଦେଖାଦେବ। ସୋମ,ମଙ୍ଗଳ, ବୁଧବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି, ଯଶ ବିମଣ୍ଡିତ ହେବେ। ଗୁରୁ, ଶୁକ୍ରବାରରେ କାର୍ଯ୍ୟସିଦ୍ଧି, ଉଚ୍ଚ ସମ୍ମାନ ପାଇବେ। ଶନିବାରରେ ଉଚ୍ଚଆଶା ପୂରଣ, ବ୍ୟବସାୟିକ ସମୃଦ୍ଧି ପ୍ରାପ୍ତି ହେବ।

କୁମ୍ଭ: ରବିବାରରେ ବ୍ୟୟ ବହୁଳତା,କାର୍ଯ୍ୟବିଳମ୍ବ ହେବ। ସୋମ, ମଙ୍ଗଳ,ବୁଧବାରରେ ସ୍ବାଦିଷ୍ଟ ଭୋଜନ, ସୁଖଶାନ୍ତି ପ୍ରାପ୍ତି ହେବ। ଗୁରୁ, ଶୁକ୍ରବାରରେ ଚଳଚଞ୍ଚଳ, ଦିନଚର୍ଯ୍ୟା ସୁଖମୟ ରହିବ। ଶନିବାରରେ ଉଚ୍ଚସମ୍ମାନ ପ୍ରାପ୍ତି, ବ୍ୟବସାୟିକ ଲାଭ ମିଳିବ।

ମୀନ: ରବିବାରରେ ଚଳଚଞ୍ଚଳ, ଅତିଥିଙ୍କ ଆଗମନ ହୋଇପାରେ। ସୋମ, ମଙ୍ଗଳ,ବୁଧବାରରେ ଅର୍ଥପ୍ରାପ୍ତି,ପଡ଼ୋଶୀଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ରବାରରେ କାର୍ଯ୍ୟଦକ୍ଷ,ଭ୍ରାତୃଭଗ୍ନୀଙ୍କ ସହ ସମୟ କଟିପାରେ। ଶନିବାରରେ ଖର୍ଚ୍ଚାନ୍ତ, ବ୍ୟବସାୟିକ ମନ୍ଥର ରହିବ।

Leave A Reply

Your email address will not be published.