ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୧୦-୦୫-୨୦୨୪ )

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମହିଳାମାନେ ଆଳସ୍ୟତା ଅନୁଭବ କରିବେ।

ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। ପୂର୍ବାପେକ୍ଷା ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦ୍ୟାର୍ଥୀମାନେ କ୍ୟାରିୟର ପାଇଁ ଯୋଜନା କରିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ।

ମିଥୁନ: କୌଣସି ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପାଇବେ। ସନ୍ତାନଙ୍କ ସହ ମୂଲ୍ୟବାନ ସମୟ କଟାଇବେ।

କର୍କଟ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ଉନ୍ନତି ପାଇଁ ନୂଆ ଉପାୟ ମିଳିବ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ।

ଏଥିସହିତ ପଢ଼ନ୍ତୁ

ସିଂହ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଅଫିସ୍‌ କାର୍ଯ୍ୟ ଯୋଗୁଁ ଦୂରଯାତ୍ରା ପାଇଁ ସୁଯୋଗ ପାଇପାରନ୍ତି। ମାନସିକ ସ୍ତରରେ ଚାପଗ୍ରସ୍ତ ରହିବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଅବିବାହିତଙ୍କ ପାଇଁ ଉତ୍ତମ ବିବାହ ପ୍ରସ୍ତାବ ଆସିପାରେ।

ତୁଳା: କୌଣସି କାର୍ଯ୍ୟରେ ସଫଳତା ନପାଇ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମହିଳାମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିବେ।

ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ବହୁତ ଭଲ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ପରୀକ୍ଷାର୍ଥୀ କୃତକାର୍ଯ୍ୟ ହେବେ।

ଧନୁ: ପାରିବାରିକ ସମ୍ପର୍କ ମଜଭୁତ ହେବ। ନୂତନ ବ୍ୟବସାୟ ପାଇଁ ଚିନ୍ତା କରିବେ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ ।

ମକର: ପରିବାର ସହିତ ସମୟ ବିତିବ। କ୍ରୋଧରେ ଆସି କିଛି ଭୁଲ କରିପାରନ୍ତି। ମହିଳାମାନେ ସ୍ବାଭିମାନୀ ହୋଇ କାର୍ଯ୍ୟ କରିବେ। ପିଲାମାନଙ୍କର ଖେଳ ପ୍ରତି ଆଗ୍ରହ ବଢ଼ିବ।

କୁମ୍ଭ: ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କର୍ମସ୍ଥଳୀରେ କିଛି ନୂତନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁଯୋଗର ସଠିକ୍‌ ଉପଯୋଗ କରିବେ। ଉଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହେବ।

ମୀନ: ଧାର୍ମିକ କାର୍ଯ୍ୟ ପ୍ରତି ମନ ଆକର୍ଷିତ ହେବ। କୋର୍ଟକଚେରୀ ମାମଲାର ଅନ୍ତ ଘଟିବ। ଆୟ ଓ ବ୍ୟୟ ସମାନ ରହିବ। ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ। ପୂଜାର୍ଚ୍ଚନାରେ ସମୟ ବିତିବ।

Leave A Reply

Your email address will not be published.