ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି, ହେଲେ ବିଜେପି ତାଙ୍କୁ ଯୋଗ୍ୟ ଭାବୁନି : କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ହେଲେ ତାଙ୍କ ଦଳ ବିଜେପି ତାଙ୍କୁ ଯୋଗ୍ୟ ବୋଲି ଭାବୁନି। ଯେଉଁଥି ପାଇଁ ତାଙ୍କ ସ୍ବପ୍ନ ସେମିତି ସ୍ବପ୍ନରେ ରହିଯାଇଛି। ରାଜ୍ୟରେ ବିଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନ ପଟ୍ଟନାୟକ ରହିଛନ୍ତି, ମାତ୍ର ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ତାହା କେହି ଜାଣି ନାହାନ୍ତି। ଯେଉଁଦିନ ବିଜେପି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ, ସେବେଠାରୁ ବିଜେପି ବିଧାନସଭାରେ ଦୁଇ ଅଙ୍କ ଆସନ ଛୁଇଁପାରିବ ନାହିଁ ବୋଲି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଆହ୍ବାନ ଦେବା ସହ କଡ଼ା ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇକହିଛନ୍ତି ଦମ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି। ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି।

ଜନସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ବିକାଶର ଯେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, ବିଏସକେୱାଇ କଥା ବୁଝିପାରୁନାହାନ୍ତି। ୧୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛ । ହେଲେ ବିଜେପି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନି। ଆଗ ନିଜ ଦଳର ବିଶ୍ବାସ ଜିତନ୍ତୁ ତାପରେ ନବୀନଙ୍କ ଆଗରେ ଠିଆ ହୋଇ ପ୍ରଶ୍ନ ପଚାରିବାକୁ ତମର ଯୋଗ୍ୟତା ହେବ ବୋଲି କହି ଧର୍ମେନ୍ଦ୍ରଙ୍କୁ ତେରଛା ବାଣ ମାରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ପାଇବେନି। ଦମ ଥିଲେ ଧର୍ମେନ୍ଦ୍ରଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ।

Leave A Reply

Your email address will not be published.