ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ପାଇଁ ଚିନ୍ତାରେ ଜନପଥରେ ଥିବା ସୁନା ଦୋକାନୀ

ଦିନ ୨ଟା ପୂର୍ବରୁ କିଣାକିଣି କରିବାକୁ ପୁଲିସ କମିସନର୍‌ଙ୍କ ପରାମର୍ଶ

ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଶୁଭ ଦିନରେ ସୁନା କାରବାର ବେଶ ଭଲ ହୋଇଥାଏ। ଧନ୍‌ତେରାସ୍‌ ପରେ ବର୍ଷ ସାରା ଲୋକେ ଏହି ଦିନଟିକୁ ସୁନା କିଣିବା ଲାଗି ସବୁଠାରୁ ମଙ୍ଗଳମୟ ବିବେଚନା କରିଥାନ୍ତି। ହେଲେ ଆଜି ରାଜଧାନୀ ଭଚବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‍ ଶୋ’ ଅନୁଷ୍ଠିତ ହେବାକୁ ଯାଉଛି। ଏଥିଯୋଗୁ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ଯାତାୟତ ଉପରେ କମିଶନରେଟ ପୁଲିସ୍‍ କଟକଣା ଲଗାଇଛି।

ଅକ୍ଷୟ ତୃତୀୟାରେ ପ୍ରଧାନମନ୍ତ୍ରୀ ଜନପଥରେ ନିର୍ବାଚନୀ ରୋଡ୍‍ ଶୋ’ ଲାଗି କମିଶନରେଟ ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ସେଥିପାଇଁ ଅପରାହ୍ନ ୨ଟାରୁ ଜନପଥର ମାଷ୍ଟରକ୍ୟାଣ୍ଟିନ୍‌ଠାରୁ ବାଣୀବିହାରଠାରୁ ରାସ୍ତାକୁ ସିଲ୍‍ କରାଯିବା ସହିତ ବାୟୁସୀମାକୁ ମଧ୍ୟ ସିଲ୍‍ କରାଯିବ। ଏପରିକି ଜନପଥକୁ ଲାଗିଥିବା ଗଳି ରାସ୍ତାଗୁଡିକୁ ସିଲ୍‍ କରାଯିବ। ତେଣୁ ଏଭଳି ପରିସ୍ଥିତିରେ ରାଜଧାନୀରେ ସୁନା ଦୋକାନୀଙ୍କ ଉପରେ ଚଡକ ପଡିଛି। ଦିନ ୨ ଟା ପରେ କଟକଣା ଲାଗିଥିବାରୁ ସୁନା କାରବାର ପ୍ରଭାବିତ ହେବ।

କାରଣ ରାଜଧାନୀ ଭୁବନେଶ୍ବରର ଅଧିକାଂଶ ପ୍ରମୁଖ ସୁନା ଗହଣା ଦୋକାନଗୁଡିକ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ମଧ୍ୟରେ ଜନପଥ ପାର୍ଶ୍ବରେ ରହିଛି। ଏହାଛଡା ଧନ୍‌ତେରାସ୍‌ ଏବଂ ଅକ୍ଷୟ ତୃତୀୟାରେ ସନ୍ଧ୍ୟା ସମୟରେ ହିଁ ଅଧିକ ସୁନା କାରବାର ହୋଇଥାଏ। ସୁରକ୍ଷା ବ୍ୟବସ୍ଥା ନେଇ ଯେଭଳି କଟକଣା ଜାରି କରାଯାଇଛି ସେଥିରେ ଗ୍ରାହକମାନେ ସୁନା ଦୋକାନକୁ ଯିବା ସମ୍ଭବପର ନୁହେଁ। କଟକଣା ଯୋଗୁ ଅକ୍ଷୟ ତୃତୀୟାରେ କିଭଳି ବ୍ୟବସାୟ କରିବେ ତାହାକୁ ନେଇ ଏବେ ସୁନା ବ୍ୟବସାୟୀ ଚିନ୍ତାରେ ପଡିଛନ୍ତି। ଅପରପକ୍ଷେ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ’ ପାଇଁ କଟକଣା ଜାରି କରାଯାଇଥିବା ଗ୍ରାହକମାନେ ଦିନ ୨ଟା ପୂର୍ବରୁ ଖରିଦାରି କରିନେବାକୁ ପୁଲିସ କମିସନର ପରାମର୍ଶ ଦେଇଛନ୍ତି।

କେତେକ ସୁନା ଦୋକାନୀ ଲୋକଙ୍କ ଠାରୁ ଅଗ୍ରୀମ ଅର୍ଥ ବି ରଖିଛନ୍ତି। ତେଣୁ ସେମାନେ ଅକ୍ଷୟତୃତୀୟାରେ କିଭଳି ବ୍ୟବସାୟ କରିବେ ତାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି। ତେଣୁ ଅକ୍ଷୟ ତୃତୀୟା ଦିନ ରାଜଧାନୀର ଜନପଥ ଆଖପାଖ ସମେତ ଅନ୍ୟାନ୍ୟ ରାସ୍ତାଘାଟ ଗାଡି ମୋଟରେ ଜାମ୍‍ ହେବାର ସମ୍ଭାବନା ରହିଛି। ତେଣୁ ରାଜଧାନୀବାସୀ ଏଭଳି ଗହଳିରେ କେତେ ସଂଖ୍ୟାରେ ଘରୁ ବାହାରି ଗହଣା କିଣିବାକୁ ଦୋକାନକୁ ଯିବେ ତାହାକୁ ନେଇ ଏବେ ପ୍ରମୁଖ ସୁନା ବ୍ୟବସାୟୀମାନେ ଚିନ୍ତାରେ ପଡିଛନ୍ତି।

Leave A Reply

Your email address will not be published.