ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ : ରାଜ୍ୟରେ ବିଜେପି ସରକାର ନଆସିଲେ ଆପଣ ସନ୍ୟାସ ନେବେ କି …..

ବ୍ରଜରାଜନଗର : ନିର୍ବାଚନ ପ୍ରଚାର ସଭାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ । ଜୁନ ୯ ତାରିଖରେ ତିନି ଚତୁର୍ଥାଂଶରୁ ଅଧିକ ଆସନରୁ ଜିତି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ନହେଲେ ସେ ରାଜନୀତିରୁ ସନ୍ନ୍ୟାସ ନେବେ । ଯଦି ବିଜେପି ଓଡିଶାରେ କ୍ଷମତାକୁ ନଆସେ ତେବେ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିବେ କି ? ବ୍ରଜରାଜନଗରରୁ କାର୍ତ୍ତିକ ପାଣ୍ଡିଆନ ଧର୍ମେନ୍ଦ୍ରଙ୍କୁ ଏହି ଆହ୍ବାନ ଦେଇଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଗୋଟେ ପଞ୍ଚାୟତ କି ୱାର୍ଡ ମେମ୍ବର ଜିତିପାରୁନାହାଁନ୍ତି । ହେଲେ ସରକାର ଗଠନ କରିବାକୁ ଦାବି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ଦଳର ନେତାମାନେ ବିଶ୍ବାସ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନାହାଁନ୍ତି । ସେ ନିଜକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଚ୍ୟାଲେଞ୍ଜ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ସେ କହିଛନ୍ତି ଯେ, ମତେ ଆପଣ ସବୁ ବେଳେ ଭିନ୍ନ ଭିନ୍ନ ନାଁରେ ଡାକୁଛନ୍ତି । ମୁଁ ଆପଣଙ୍କୁ ବିନମ୍ରତାର ସହ ଚ୍ୟାଲେଞ୍ଜ କରୁଛି ଆପଣ ମୋ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ଆହ୍ବାନ ଦେଉଛି । ପଞ୍ଚାୟତ କି ୱାର୍ଡମେମ୍ବର ଜିତି ପାରୁନାହାଁନ୍ତି, ହେଲେ କେଉ ଦମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସବୁବେଳେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି ବୋଲି ପାଣ୍ଡିଆନ ବ୍ରଜରାଜନଗରରେ ପ୍ରଚାରବେଳେ ପ୍ରଶ୍ନ କରିଛନ୍ତି ।

ଢେଙ୍କାନାଳରୁ ପ୍ରାର୍ଥୀ ହେବାକୁ ସେଠାରେ ୧୦ ବର୍ଷ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ । ଏହି ୧୦ ବର୍ଷରେ ସେ ଢେଙ୍କାନାଳକୁ ପାଞ୍ଚ ଶହ ଥର ଯାଇଛନ୍ତି । ହେଲେ ତାଙ୍କର ଢେଙ୍କାନାଳରୁ ଲଢିବାକୁ ସାହସ ଜୁଟାଇ ପାରିଲେନି । କାରଣ ସେ ଅନୁଭବ କଲେ କି ଢେଙ୍କାନାଳ ପାଇଁ ଏଇ ୧୦ ବର୍ଷରେ କିଛି କରିନଥିବାରୁ ତାଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି । ସେଥିପାଇଁ ସେ ଡରିକି ସମ୍ବଲପୁର ଚାଲିଗଲେ । ସେଠି ମଧ୍ୟ ନୂଆ ନୂଆ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ନବୀନ ପଟ୍ଟନାୟକ କିନ୍ତୁ ଓଡିଶାରେ ୨୪ ବର୍ଷ ଧରି ଶାସନ କରୁଛନ୍ତି । କିନ୍ତୁ ତାଙ୍କ ବିରୋଧରେ ଏଯାଏଁ ଜନମତ ସୃଷ୍ଟି ହୋଇନି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Leave A Reply

Your email address will not be published.