ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ର ଚଢାଉ; ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

କୋରାପୁଟ: ଚୋରାଚାଲାଣକାରୀଙ୍କ କବଳରୁ କୋରାପୁଟ ଜିଲ୍ଲାରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ କରାଯାଇଛି । ଏସଟିଏଫ୍ ପଞ୍ଝାରେ ପଡିଛନ୍ତି ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । ବୋରିଗୁମ୍ମା ବାଇପାସ ରୋଡରେ ଡିଲ୍ ଚାଲିଥିବା ବେଳେ ଏସଟିଏଫ ଟିମ୍ ବନବିଭାଗ ସହାୟତାରେ ଚଢାଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ବ୍ୟକ୍ତି ହେଲେ ମାଧବ ପରଜା ଓ ଜଗବନ୍ଧୁ ପରଜା । ଏସଟିଏଫ୍ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢାଉ କରି ବନ୍ୟଜନ୍ତୁ ଶିକାର ରୋକିବାକୁ ଚେଷ୍ଟା ଜାରି ରଖିଛି । ଗତ ବର୍ଷକ ମଧ୍ୟରେ ଏସଟିଏଫ ରାଜ୍ୟର ବିଭିନ୍ନ ଅଂଚଳରୁ ୧୧ଟି ଜୀବନ୍ତ ବଜ୍ରକାପ୍ତା ଓ ୧୬ କେଜି ବଜ୍ରକାପ୍ତା କାତି ଜବତ କରିଛି । ଏହି କାରବାରରେ ସମ୍ପୃକ୍ତ ମୋଟ ୫୭ ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

Leave A Reply

Your email address will not be published.