ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସେନାକୁ ମିଳିଲା ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନକୁ ପୁଣିଥରେ ବଡ଼ ସଫଳତା ମିଳିଛି। ଗତ ୧୨ ଘଣ୍ଟା ମଧ୍ୟରେ କଶ୍ମୀରରେ ହୋଇଥିବା ଡବଲ ଏନକାଉଣ୍ଟର୍‌ରେ ୫ ଜଣ ପାକିସ୍ତାନୀ ପ୍ରାୟୋଜିତ ଆତଙ୍କୀଙ୍କ ମୁଣ୍ଡ ଗଡ଼ିଛି। ଆତଙ୍କୀ ସଂଗଠନ ଲସ୍କର-ଇ-ତୈବା ଓ ଜୈଶ-ଇ-ମହମ୍ମଦର ୫ ଆତଙ୍କୀ ନିହତ ହୋଇଛନ୍ତି । ସେନାର ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଥିବା ଆତଙ୍କୀଙ୍କ ମଧ୍ୟରେ ଜୈଶ-ଇ-ମହମ୍ମଦର କମାଣ୍ଡର ଜାହିଦ ଓ୍ୱାନି ଓ ଜଣେ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଅଛନ୍ତି ।

ଏହା ଆମ ପାଇଁ ବଡ ସଫଳତା ବୋଲି କାଶ୍ମର ଆଇଜି ଟୁଇଟ୍ କରି ସୂଚନା ଦେଇଛନ୍ତି । ପୋଲିସ ସୂଚନା ମୁତାବକ ପୁଲୱାମାର ନଇରା ଅଂଚଳରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ନିହତ ଆତଙ୍କବାଦୀମାନଙ୍କ ଠାରୁ ବିପୁଳ ପରିମାଣର ବିସ୍ଫୋରକ ଓ ଆପତ୍ତିଜନକ ସାମଗ୍ରୀ ମିଳିଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ବଡ଼ଗାମର ଚରାର-ଇ-ଶରିଫ ଅଞ୍ଚଳରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୁଣ୍ଡ ଗଡ଼ିଛି। ତା’ ନିକଟରୁ ଏକେ-୫୬ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Leave A Reply

Your email address will not be published.