ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରକାରୀ ଅଧିକାରୀଙ୍କୁ ଧମକାଉଛି ରାଜ୍ୟ ବିଜେପି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ୱର: ବାରମ୍ୱାର ନିୟମ ଭାଙ୍ଗୁଛି ରାଜ୍ୟ ବିଜେପି। ଏନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ରାଜ୍ୟ ବିଜେପି ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ନୂଆ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛି ବିଜେପି। ପିଲାମାନଙ୍କୁ ନିର୍ବାଚନରେ ବ୍ୟବହାର କରିବା ହେଉ କି ଲୋକଙ୍କୁ ଧମକାଇବା ପରି କାମ କରୁଛନ୍ତି ବିଜେପି ନେତା। ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ଖୋର୍ଦ୍ଧା ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବାରମ୍ବାର ସରକାରୀ ଅଧିକାରୀଙ୍କୁ ଧମକ ଦେଉଛନ୍ତି । ଯେପରି ବିଡିଓ, ତହସିଲଦାର ଓ ପୁଲିସଙ୍କୁ ଧମାକାଉଛନ୍ତି ।

କିଛି ଦିନ ତଳେ ନିର୍ବାଚନ କମିଶନ କିଛି ଆଇଏଏସ୍, ଆଇପିଏସ୍‌, ଓଏଏସ୍ ଙ୍କ ବଦଳି କରିଥିଲେ। ସେହି ନାଁ ନେଇ ବିଜେପି ନେତା ସରକାରୀ ଅଧିକାରୀଙ୍କୁ ବଦଳି କରିଦେବାକୁ କହି ଧମକାଉଛନ୍ତି। ବିଜେପି ପାଇଁ କାମ ନ କଲେ ଟ୍ରାନ୍ସଫର କରି ଦେବେ। ନିର୍ବାଚନ ଆସିବ ନିର୍ବାଚନ ଯିବ ହେଲେ ସରକାରୀ ଅଧିକାରୀଙ୍କ ମନୋବଳ ଯେପରି ସୁଦୃଢ ରହିବ, ସେଥିପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରିଛି ବିଜେଡି । ପୂର୍ବରୁ ମଧ୍ୟ ଏ ସବୁ ତଥ୍ୟ ନେଇ CEO ଙ୍କ ପାଖରେ ଦାଖଲ କରିସାରିଛି ବିଜେଡି ।

Leave A Reply

Your email address will not be published.