ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରୁ ଡ଼ଙ୍ଗା ଆଣିବା ହେଲା କାଳ, ପାଣିରେ ବୁଡ଼ି ନାବାଳିକା ମୃତ

ସୋର: ପୋଖରୀରେ ବୁଡ଼ି ନାବାଳିକା ମୃତ । କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ି ନାବାଳିକା ମୃତ୍ୟୁବରଣ କରିଛି । ପୋଖରୀରେ ଭସାଯାଇଥିବା ଡଙ୍ଗା ଆଣିବା ବେଳେ ବୁଡ଼ିଯାଇଥିଲା ନାବାଳିକାଜଣକ । ଭଦ୍ରକ ବାସୁଦେବପୁର ପଣୁଆ ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ଆଜି ସକାଳେ କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁ ପାଣି ଭିତରେ ପଶି ଯାଇଥିଲେ । ହେଲେ ଡଙ୍ଗା ପାଖରେ ପହଂଚିବା ପୂର୍ବରୁ ନାବାଳିକା ଜଣଙ୍କ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ନାବାଳିକା ଜଣଙ୍କୁ ପାଣିରୁ ଉଦ୍ଧାର କରି ସୋରୋ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଙ୍କ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.