ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା କନ୍ନଡ଼ ସୁପରଷ୍ଟାର ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା ୨’ର ଟିଜର

କନ୍ନଡ଼ ସୁପରଷ୍ଟାର ଋଷଭ ସେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ର ଜବରଦସ୍ତ ସଫଳତା ପରେ ଏବେ ଏହାର ପରବର୍ତ୍ତୀ ପାର୍ଟ କାନ୍ତାରା ଚାପ୍ଟର-୧ ପରଦାକୁ ଆସିବାକୁ ଯାଉଛି। ନିକଟରେ ଏହି ଫିଲ୍ମ ଘୋଷଣା କରାଯାଇଥିବା ବେଳେଆଜି ଏହାର ପ୍ରଥମ ଲୁକ ଏବଂ ଟିଜର ରିଲିଜ ହୋଇଛି।


ଏହି ଟିଜରରେ ଅଭିନେତା ତଥା ନିର୍ଦ୍ଦେଶକ ଋଷଭ ସେଟ୍ଟୀଙ୍କୁ ଏକ ଭୟଙ୍କର ଏବଂ ଆକର୍ଷଣୀୟ ରୂପରେ ଦର୍ଶାଯାଇଛି। ଟିଜର ଦେଖିବା ପରେ ଏହା ପ୍ରଥମ ଫିଲ୍ମ ଅପେକ୍ଷା ଅଧିକ ରହସ୍ୟମୟ ଏବଂ ଚମତ୍କାର ହେବ ବୋଲି ଦର୍ଶକ କହିବା ଆରମ୍ଭ କଲେଣି। ଋଷଭ ସେଟ୍ଟୀଙ୍କୁ ଭୟଭୀତ ହୋଇ ଜଙ୍ଗଲରେ ଦୌଡୁଥିବା ଦେଖାଯିବା ସହିତ ଟିଜର ଆରମ୍ଭ ହୁଏ। ବ୍ୟାକ୍‌ଗ୍ରାଉଣ୍ଡରେ ଏକ ଭୟଙ୍କର ସଙ୍ଗୀତ ମଧ୍ୟ ଶୁଣାଯାଏ। ଟିଜର ଦେଖିବା ପରେ କାହାର ବି ଲୋମ ଟାଙ୍କୁରି ଉଠିବ। ଟିଜରକୁ ଦେଖି ଫିଲ୍ମଟି ପ୍ରଥମ ପାର୍ଟ ଅପେକ୍ଷା ଆହୁରି ଭଲ ହେବ ବୋଲି ଦର୍ଶକ କହିଲେଣି।

ସୂଚନାଯୋଗ୍ୟ କାନ୍ତାରା ଫିଲ୍ମଟି ରିଲିଜ ହେବା ମାତ୍ରେ ଅନେକ ରେକର୍ଡ଼ ନିଜ ନାଁରେ କରିବା ସହ ବକ୍ସ ଅଫିସରେ ​​ବ୍ଲକବଷ୍ଟର ହୋଇଥିଲା। ଫିଲ୍ମ ଦେଖିବା ନେଇ ସାରା ବିଶ୍ୱରେ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଥିଲା ​​। ଚଳଚ୍ଚିତ୍ର କାହାଣୀକୁ ମଧ୍ୟ ବେଶ ପସନ୍ଦ କରିଥିଲେ ଦର୍ଶକ । ଏକ ଗାଁର ବହୁ ପୁରାତନ ତଥା ପ୍ରସିଦ୍ଧ ପରମ୍ପରା ଓ ରୀତିନୀତିକୁ ଖୁବ୍ ଚତ୍ମକାର ଢଙ୍ଗରେ ପରଦା ଉପରେ ପରିବେଷଣ କରାଯାଇଥିଲା । ୧୨୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ୪୦୦ କୋଟିରୁ ଅଧିକ ଆୟ କରିଥିଲା।

Leave A Reply

Your email address will not be published.