ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୃଥକ ପୃଥକ ସ୍ଥାନରେ ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ/ଜଳେଶ୍ୱର: ବଡ଼ ଦିନରେ ପିକନିକ କରିବାକୁ ଆସି ସମୁଦ୍ରରେ ବୁଡ଼ି ଯାଇ ପୃଥକ ପୃଥକ ସ୍ଥାନରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଚକ୍ର ତୀର୍ଥ ବେଳାଭୂମିରେ ଗାଧଉଥିବା ବେଳେ ହଠାତ ଜଣେ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ। ତେବେ ସ୍ଥାନୀୟ ନୋଳିଆଙ୍କ ଦ୍ୱାରା ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ ପଠା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଲିସ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ ।

ସେହିପରି ବାଲେଶ୍ବର ଜିଲ୍ଲା ଉଦୟପୁର ବେଳାଭୂମିରେ ଜଣେ ପର୍ଯ୍ୟଟଙ୍କ ମୃତ୍ୟୁଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକେ । ମୃତ୍ୟୁ ଯୁବକ ଜଣଙ୍କ ବିହାର ରାଜ୍ୟର । ଅଧିକ ମଦ୍ୟପାନ କରି ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇଥିବା ସୂଚନା ।

Leave A Reply

Your email address will not be published.