ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ କଳହକୁ କେନ୍ଦ୍ରକରି ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ

କଳାହାଣ୍ଡି: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାମାନ୍ୟ ବଚସାରୁ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ । ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ାରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ସାମାନ୍ୟ କଳହ ଏତେ ଉଗ୍ରରୂପ ନେଇଥିଲା ଯେ ବଡ଼ ଭାଇକୁ ହତ୍ୟା କରିଥିଲା ସାନ ଭାଇ ମହେନ୍ଦ୍ର ବାଗ । ନିଜ ଭାଇ ଗଣେଶ ବାଗକୁ ହତ୍ୟା କରିବା ପରେ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ସାନଭାଇ। ଘଟଣା ବିଷୟରେ ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.