ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ବିଶ୍ବଭୂଷଣ ଦାସଙ୍କୁ ମିଳିଲା ଟିକଟ

ଭୁବନେଶ୍ବର : କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଯୁବ ନେତା ବିଶ୍ୱଭୂଷଣ ଦାସଙ୍କୁ କଂଗ୍ରେସ କାକଟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଶ୍ୱଭୂଷଣ ଦାସ ଗତ ୨୦୧୯ରେ ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ଆଉ ଗତଥରର ନିର୍ବାଚନରେ ସେ ୩୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ । ହେଲେ ଚଳିତ ୨୦୨୪ ନିର୍ବାଚନ ପାଇଁ ବିଜେପି ତାଙ୍କୁ ଟିକଟ ନଦେବାରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ।

ତେବେ ଚଳିତ ୨୦୨୪ ନିର୍ବାଚନରେ ବିଜେଡି କାକଟପୁର ନିର୍ବାଚନ ମଣ୍ଡଳୀରୁ ୨୦୧୯ରେ ଏହି ଆସନରୁ ବିଜୟୀ ହୋଇଥିବା ତୁଷାରକାନ୍ତୀ ବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ବାଇଧର ମଲ୍ଲିକ ଓ କଂଗ୍ରେସ ବିଶ୍ୱଭୂଷଣ ଦାସଙ୍କୁ ଟିକଟ ଦେଇଛି।

Leave A Reply

Your email address will not be published.