ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀତମ ଦାସ ବିଜେପି ପକ୍ଷରୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ

କଟକ: କଟକ ମହାନଗର ନିଗମ ପାଇଁ ବିଜେପି ଆଜି ତା’ର ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଅଭିନେତା ଶ୍ରୀତମ ଦାସଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସିଏମ୍‌ସି ନିର୍ବାଚନ ମଇଦାନକୁ ଓହ୍ଲାଇବେ ଶ୍ରୀତମ ଦାସ । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଏନେଇ ସୂଚନା ଦେଇଛନ୍ତି। ଗତକାଲି ବିଜେଡି କଟକରେ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଆଜି ଅଭିନେତା ଶ୍ରୀତମ ଦାସଙ୍କ ନାଁରେ ମୋହର ମାରିଛି ବିଜେପି ।

ଓଲିଉଡ ଅଭିନେତା ଶ୍ରୀତମ ଦାସ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ଦଳରେ ଯୋଗଦେଇଥିଲେ । ଆଉ ଏବେ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛି ବିଜେପି । ଦଳ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା କଟକ ମହାନଗର ନିଗମ ପାଇଁ ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଯାଇଛି । ବିଜେପି ଟିକେଟରୁ ଏବେ ଶ୍ରୀତମ ସିଏମ୍‌ସି ନିର୍ବାଚନୀ ମଇଦାନକୁ ଓହ୍ଲାଇବେ । ବିଜେଡି ପକ୍ଷରୁ ସୁବାସ ସିଂଙ୍କୁ ମଇଦାନଙ୍କୁ ଓହ୍ଲାଯାଇଥିବା ବେଳେ ବିଜେପିରୁ ଓଡିଆ ଅଭିନେତା ଶ୍ରୀତମ ଦାସ ମଇଦାନକୁ ଓହ୍ଲାଇଛନ୍ତି । ସୁବାସ ସିଂ ବିଜେଡିର ଜଣେ ଟାଣୁଆ ନେତା । ସେ ରାଜ୍ୟସଭା ସାଂସଦ ଭାବେ କ୍ଷମତା ତୁଲାଉଛନ୍ତି ।

Leave A Reply

Your email address will not be published.