ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ବଢ଼ିଲା ଚିପ୍ ସଙ୍କଟ : ପ୍ରଭାବିତ ହେବ ମୋବାଇଲ୍ ଓ କାର ଉତ୍ପାଦନ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ବର୍ତ୍ତମାନ ଅନ୍ତର୍ଜାତୀୟ ବ୍ୟାବସାୟିକ ସ୍ତରରେ ବହୁ ପ୍ରଭାବ ପଡ଼ିବାର ଆଶଙ୍କା ବଢିଛି। ବିଶେଷକରି ପେଟ୍ରୋଲିୟମ ଏବଂ ଗ୍ୟାସ୍‌ର ଉପଲବ୍ଧତାକୁ ନେଇ ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଉଥିବା ବେଳେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଚିପ୍ ସଙ୍କଟକୁ ଆହୁରି ଘନୀଭୂତ କରିପାରେ ବୋଲି କୁହାଯାଇଛି। କରୋନା ମହାମାରୀକୁ ନେଇ ପ୍ରାୟ ଦୁଇ ବର୍ଷ ଧରି ବିଶ୍ବସ୍ତରରେ ଚିପ୍‌ର ଅଭାବକୁ ନେଇ ବହୁ ଶିଳ୍ପକ୍ଷେତ୍ର ପ୍ରଭାବିତ ରହିଛି। ମୁଖ୍ୟତଃ ଅଟୋମୋବାଇଲ, ମୋବାଇଲ ଏବଂ ଲାପଟପ୍‌ ଉତ୍ପାଦନ ପାଇଁ ସମସ୍ୟା ବଢିଛି। କିନ୍ତୁ ଯୁଦ୍ଧ ସ୍ଥିତିକୁ ନେଇ ଏବେ ଏହି ସମସ୍ୟା ଆହୁରି ଉତ୍କଟ ହେବାର ସମ୍ଭାବନା ବଢାଇଛି।

ଏକ ରିପୋର୍ଟ ମୁତାବକ, ଚିପ୍‌ ପ୍ରସ୍ତୁତି ପାଇଁ ପେଲୋଡିୟମ ଏବଂ ନିୟନ ଭଳି ଦୁଇଟି ସାମଗ୍ରୀର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ। ରୁଷ ପେଲୋଡିୟମ ଯୋଗାଣର ୪୪ ପ୍ରତିଶତ ବହନ କରିଥିବା ବେଳେ ବିଶ୍ବ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନରୁ ହୋଇଥାଏ। କୌଣସି ବି ଚିପ୍ ତିଆରି ପାଇଁ ଦୁଇ ଜିନିଷର ଅତି ଆବଶ୍ୟକ ରହିଛି। କିନ୍ତୁ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଏହି ଦୁଇଟି ସାମଗ୍ରୀର ଯୋଗାଣ ବାଧାପ୍ରାପ୍ତ ହୋଇଛି। ଯାହାକୁ ନେଇ ଆଗାମୀ ଦିନରେ ଚିପ୍‌ ସଙ୍କଟର ପ୍ରଭାବ ସମଗ୍ର ଦୁନିଆରେ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି। ମୁଡିଜ୍ ନିଜର ରିପୋର୍ଟରେ ଦର୍ଶାଇଛି ଯେ, କରୋନା ମହାମାରୀ ପରେ ଯେଉଁ ସଙ୍କଟ ଦେଖା ଦେଇଥିଲା, ତାହା ଏବେ ମଧ୍ୟ ଜାରି ରହିଛି। ଏହା ପରେ ପରେ ଯୁଦ୍ଧ ସ୍ଥିତି ଏହାକୁ ଆହୁରି ଗମ୍ଭୀର କରି ଦେଇଛି। ବିଶେଷକରି ମୋବାଇଲ୍ ଏବଂ କାର ଉତ୍ପାଦନ ଉପରେ ଏହାର ଯଥେଷ୍ଟ ପ୍ରଭାବ ପଡିଛି ବୋଲି ମୁଡିଜ୍‌ କହିଛି।

Leave A Reply

Your email address will not be published.