ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଧାରଣ ଲୋକଙ୍କୁ ଝଟ୍‌କା : ଥାର୍ଡ ପାର୍ଟି ମୋଟର ବୀମା ପ୍ରିମିୟମ ବଢାଇବେ ସରକାର

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ଯୁଦ୍ଧରେ ଭାରତରେ ମଧ୍ୟ ପଡିଛି। ଏଥିଯୋଗୁଁ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ସରକାର ଜନସାଧାରଣଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି। ବିଭିନ୍ନ ଗାଡ଼ିର ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ମୋଟର ବୀମା ପ୍ରିମିୟମ ବୃଦ୍ଧି କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ଏପ୍ରିଲ ୧ରୁ କାର ଏବଂ ଦୁଇ ଚକିଆ ଗାଡ଼ିର ବୀମା ପ୍ରିମିୟମ ବୃଦ୍ଧି କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ପ୍ରସ୍ତାବିତ ସଂଶୋଧିତ ମୂଲ୍ୟ ଅନୁଯାୟୀ ଘରୋଇ କାର ପାଇଁ ୨୦୧୯-୨୦ରେ ୨୦୭୨ ଟଙ୍କା ଦେବାକୁ ପଡୁଥିଲା। ନୂଆ ଦର ଲାଗୁହେବା ପରେ ଶହେ କ୍ୟୁବିକ କ୍ଷମତା (ସିସି) ସହିତ ବୀମା ମୂଲ୍ୟ ୨୦୯୪ ଟଙ୍କା ହେବ।

ସେହିପରି ହଜାରେରୁ ୧୫୦୦ ସିସି କାର ପାଇଁ ୩୨୨୧ ପରିବର୍ତ୍ତେ ୩୪୧୬ ଟଙ୍କା ଦେବାକୁ ପଡିବ। ୧୫୦୦ସିସିରୁ ଊର୍ଦ୍ଧ୍ବ କାରର ପ୍ରିମିୟମ ୭୮୯୦ ରୁ ୭୮୯୭ ଟଙ୍କାକୁ ବୃଦ୍ଧି ପାଇବ। ୧୫୦ ସିସିରୁ ଊର୍ଦ୍ଧ୍ବ ଏବଂ ୩୫୦ ସିସିରୁ କମ ଦୁଇଚକିଆ ଗାଡି ପାଇଁ ୧୩୫୫ ଟଙ୍କା ଏବଂ ୩୫୦ ସିସିରୁ ଅଧିକ ଗାଡ଼ି ଲାଗି ୨୮୦୪ ଟଙ୍କା ଦେବାକୁ ହେବ। କରୋନା ଯୋଗୁଁ ବୀମା ପ୍ରିମିୟମ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇନଥିଲା। ଏପ୍ରିଲ ୧ରୁ ନୂଆ ଦର ଲାଗୁ ହୋଇପାରେ। ଏହା ପୂର୍ବରୁ ଇରଡା ବୀମା ମୂଲ୍ୟ ଧାର୍ଯ୍ୟ କରୁଥିଲା। ପ୍ରଥମ ଥର ପାଇଁ ସଡ଼କ ପରିବହନ ମନ୍ତ୍ରାଳୟ ବୀମା ନିୟାମକ ସହ ପରାମର୍ଶ କରି ନୂଆ ମୂଲ୍ୟ ଜାରି କରିବ। ସୂଚନା ଅନୁଯାୟୀ ଇଲେକ୍ଟ୍ରିକ କାର, ବାଇକ ଆଦି ପାଇଁ ୧୫ ପ୍ରତିଶତ ରିଆତିର ପ୍ରସ୍ତାବ ରହିଛି। ମନ୍ତ୍ରାଳୟ ମାର୍ଚ୍ଚ ୧୪ ସୁଦ୍ଧା ଏହା ଉପରେ ପ୍ରସ୍ତାବ ଦେବାକୁ କହିଛି।

Leave A Reply

Your email address will not be published.