ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯ ସରକାରଙ୍କ ନୂଆ ଗାଇଡଲାଇନ୍, ବିବାହ ଉତ୍ସବରେ ଯୋଗଦେବେ ୨୦୦ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦

ଭୁବନେଶ୍ୱର: ରାଜ୍ଯରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବା ବେଳେ କଟକଣା ମଧ୍ଯ ଫେରିଛି। କରୋନାକୁ ହରାଇବାକୁ ହେଲେ ଆମକୁ କୋଭିଡ ଗାଇଡ ଲାଇନକୁ ମାନିବାକୁ ପଡ଼ିବ। ଏ ନେଇ ରାଜ୍ଯସରକାର ଏକ ନୂତନ ଗାଇଡ ଲାଇନ ଜାରି କରିଛନ୍ତି।  ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ ୫୦୦ ଜଣଙ୍କ ପରିବର୍ତ୍ତେ ୨୦୦ ଜଣ ସାମିଲ୍ ହୋଇପାରିବେ । ସେହିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ୫୦୦ ଜଣଙ୍କ ପରିବର୍ତ୍ତେ ୫୦ ଜଣ ସାମିଲ୍ ନେଇ ଅନୁମତି ଦିଆଯାଇଛି ।

ଏସବୁ କାର୍ଯ୍ଯକ୍ରମରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସମେସ୍ତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ।  ଥର୍ମାଲ ସ୍କାନିଂ କରାଯିବ ଏବଂ ସାନିଟାଇଜର ବ୍ୟବସ୍ଥା ରହିବ। ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଚିଠି ଲେଖିଛନ୍ତି। ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ନୂଆ କଟକଣା ଆସନ୍ତା ୨୬ ତାରିଖରୁ ଲାଗୁ ହେବ।

ଏସବୁଥିରେ ଉଲ୍ଲଂଘନ କଲେ ବିପର୍ଯ୍ଯୟ ପରିଚାଳନା ଆଇନ୍-୨୦୦୫ ଓ ଅନ୍ୟ ଆଇନ୍ ଅନୁସାରେ କାର୍ଯ୍ଯାରନୁଷ୍ଠାନ ନିଆଯିବ। ପୂର୍ବଭଳି କରୋନା ନିୟମକୁ ମାନି ସାମାଜିକ, ରାଜନୀତିକ, ଖେଳ, ସାଂସ୍କୃତିକ, ଶୈକ୍ଷିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ ସର୍ବାଧିକ ୫୦୦ ଲୋକଙ୍କୁ ନେଇ ହୋଇପାରିବ । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ମଧ୍ୟପ୍ରଦେଶ ଏବଂ କେରଳ ଭଳି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ବେଳେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.