ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଜିତଙ୍କଠୁ ଟିକେଟ ଫେରାଇନେଇ ଉମାଙ୍କୁ ଦେଲା କଂଗ୍ରେସ, ଆଉ ଏହା ପରେ ଉଡିଲା ଚେୟାର-ଟେବୁଲ

ପୁରୀ : ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା । ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ଟିକେଟ ପରିବର୍ତ୍ତନକୁ ନେଇ ଏଭଳି ହଙ୍ଗାମା କରିଛନ୍ତି ଅସନ୍ତୁଷ୍ଟ କଂଗ୍ରେସ କର୍ମୀ । ସୁଜିତ ମହାପାତ୍ରଙ୍କ ଟିକେଟ୍ କାଟିବା ପରେ ତାଙ୍କ ସମର୍ଥକମାନେ ଏପରି ଭଙ୍ଗାରୁଜା କରିଛନ୍ତି ।

ଗତକାଲି ସୁଜିତ ତାଙ୍କ ସମର୍ଥକମାନେଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଥିଲେ । ହେଲେ ନାମାଙ୍କନର ୨୪ ଘଣ୍ଟା ପୂରିନି ତାଙ୍କ ଟିକେଟ୍ କାଟି ଦେଇଛି କଂଗ୍ରେସ । ତାଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ କାହିଁକି ଦଳ ତାଙ୍କ ଟିକେଟ୍ କାଟିଲା ସେ ନେଇ ପ୍ରଶ୍ନ କରିଛନ୍ତି ସୁଜିତ୍‌ଙ୍କ ସମର୍ଥକ । ଆଉ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଜିଲ୍ଲା କାର୍ଯ୍ୟାଳୟରେ ଚେୟାର, ଟେବୁଲ, ଫ୍ଲେକ୍ସ ପ୍ରଭୃତି ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ।

ସୂଚନାଯୋଗ୍ୟ ଆଜି ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ତେବେ ସେଥି ମଧ୍ୟରୁ କେବଳ ନୀଳଗିରିରେ ନୂଆ ପ୍ରାର୍ଥୀଙ୍କୁ ଛାଡିଦେଲେ ୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ପରେ ପୁଣି ଆଜି ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ସୁଯୋଗ ଦେଇଛି । ସେହିଭଳି ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସଙ୍କୁ ଦଳ ମୈଦାନକୁ ଓହ୍ଲାଇଛି। ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିମାଂଶୁ ଚାଉଳିଆ ଓ ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ଆଠଗଡରେ ସୁଦର୍ଶନ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନୀଳଗିରି ଆସନରେ ଦଳ ଅକ୍ଷୟ ଆଚାର୍ଯ୍ୟଙ୍କୁ ମୈଦାନକୁ ଓହ୍ଲାଇଛି ।

Leave A Reply

Your email address will not be published.