ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପେରା ଦେଖିବା ମହଙ୍ଗା ପଡିଲା, ଘରେ ପଶି କଳାକନା ବୁଲାଇଲେ ଲୁଟେରା

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ତରୁଆଁ ପଞ୍ଚାୟତ ଉଜୁଣି ଗ୍ରାମର ବିଭୁତି ଭୂଷଣ ଭଞ୍ଜଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରୀରେ ଘରର ତାଲା ଭାଙ୍ଗି ୨ ଭରି ଓଜନର ସୁନା ଏବଂ ଦୁଇ ଶହ ଗ୍ରାମର ରୂପା ଅଳଙ୍କାର ସହ ନଗଦ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଗ୍ରାମରେ ହିଙ୍ଗୁଳା ଉତ୍ସବ ପାଇଁ ଅପେରା ଚାଲିଥିବାରୁ ପରିବାର ଲୋକେ ଘରେ ତାଲା ମାରି ଅପେରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗରେ ଲୁଟେରା ମାନେ ଘର ତାଲା ଭାଙ୍ଗିବା ସହ ଆଲମିରା ଲକରରୁ ମୂଲ୍ଯବାନ ସୁନା ଏବଂ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ବିଳମ୍ବିତ ରାତ୍ରୀରେ ଘରକୁ ଫେରି ଲୁଟ ସମ୍ବନ୍ଧରେ ସୂଚନା ପାଇ ଘଟଣା ସମ୍ପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ।

ଅଭିଯୋଗ ଆଧାରରେ ରାମଚନ୍ଦ୍ରପୁର ଥାନା ପୋଲିସ ସାଇଁଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଆରମ୍ଭ କରିଛି। ଚୋରୀ ସମ୍ବନ୍ଧରେ ପରିବାର ଲୋକଙ୍କୁ ପୋଲିସ ଅଧିକ ପଚାରା ଉଚାରା କରିବା ସହ ପାରିପାର୍ଶ୍ବିକ ଦିଗ ଉପରେ ଅଧିକ ନଜର ରଖିଥିବା ଜଣାପଡିଛି। ସେପଟେ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଦିନକୁ ଦିନ ଏଭଳି ଚୋରୀ ମାମଲା ବଢ଼ିଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଠି ହୋଇଛି। ସେପଟେ ଅପେରା କିମ୍ବା ନିଜ ଘରୁ ସପରିବାରେ ଅନ୍ଯତ୍ର ଯିବାକୁ ଥିଲେ ନିଜ ପାଖ ପଡୋଶି କିମ୍ବା ନିକଟ ସମ୍ପର୍କିୟଙ୍କୁ ଘର ଜଗାଇ ଯାଆନ୍ତୁ ବୋଲି ପୋଲିସ ଜନସାଧାରଣଙ୍କୁ ନିବେଦନ କରିଥିବା ଜଣାପଡିଛି।

Leave A Reply

Your email address will not be published.