ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ଯମନ୍ତ୍ରୀଙ୍କ କରୋନା ସମୀକ୍ଷା, ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କୋଭିଡ୍ ଗାଇଡଲାଇନକୁ କଡ଼ାକଡି ପାଳନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନସଚିବ ଏଣିକି ନିୟମିତ ସ୍ଥିତିର ସମୀକ୍ଷା କରିବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସକୁ ବ୍ୟାପକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି । ରାଜ୍ୟରେ ଦୈନିକ ଚିହ୍ନଟ କରୋନା ମାମଲା ମଧ୍ୟରୁ ୪ଟି ଜିଲ୍ଲାରୁ ୪୦ ପ୍ରତିଶତ ମାମଲା ଆସୁଛି । କଟକୁ ୧୩ ପ୍ରତିଶତ, ଖୋର୍ଦ୍ଧାରୁ ୧୦ ପ୍ରତିଶତ, ସୁନ୍ଦରଗଡ଼ରୁ ୯ ପ୍ରତିଶତ ଓ ମୟୂରଭଞ୍ଜରୁ ୮ ପ୍ରତିଶତ ସଂକ୍ରମଣ ମାମଲା ରହିଛି ।

ବଢ଼ୁଥିବା ସଂକ୍ରମଣକୁ ଦେଖି ଜିଲ୍ଲାରେ ଟେଷ୍ଟିଂ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟ-ଟ୍ରାକ୍-ଟ୍ରିଟ୍ ଉପରେ ଗୁରୁତ୍ୱ ଦିଆଯାଇଛି । କ୍ଲଷ୍ଟର କେସସ୍ ଚିହ୍ନଟ ହେଲେ ମିନି-କଣ୍ଟେନମେଣ୍ଟ ଜୋନ୍ କରିବାକୁ କୁହାଯାଇଛି । ସର୍ବସାଧାରଣ ସ୍ଥାନରେ କୋଭିଡ୍ ନିୟମ ପାଳନ ନେଇ ନଜର ରଖିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Leave A Reply

Your email address will not be published.