ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟର ଋଷଭ ପନ୍ତଙ୍କର ହେଲା ସଫଳ ଅସ୍ତ୍ରୋପଚାର, ୩ ଘଣ୍ଟାର ଅପରେଶନ ପରେ ସୁସ୍ଥ ଅଛନ୍ତି ପନ୍ତ

ମୁମ୍ବାଇ : ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ ଚିକିତ୍ସାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଟିମ୍‌ ଇଣ୍ଡିଆର ୱିକେଟ୍ କିପର ଋଷଭ ପନ୍ତଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ଗତ ୬ ତାରିଖରେ ଡ.ପର୍ଦ୍ଦିୱାଲା ଏବଂ ତାଙ୍କ ଟିମଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ଏବେ ହସପିଟାଲରେ ସେ ଆହୁରି ୩-୪ ଦିନ ଡାକ୍ତରଙ୍କ ଅବରଭେସନରେ ରହିବେ। ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଭଲ ସୁଧାର ଆସୁଥିବା ଡାକ୍ତର କହିଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡାହାଣ ଗୋଡର ଆଣ୍ଠୁରେ ଥିବା ଲିଗାମେଣ୍ଟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଋଷଭ ପନ୍ତଙ୍କ ଏହି ଅସ୍ତ୍ରୋପଚାର ଶୁକ୍ରବାର ଦିନ ହୋଇଥିଲା। ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଋଷଭ ପନ୍ତଙ୍କୁ ପ୍ରାୟ ୩-୪ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯିବ।କୁହାଯାଉଛି ଯେ, ଋଷଭ ପନ୍ତଙ୍କ ଏହି ଅସ୍ତ୍ରୋପଚାର ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା। ଚିକିତ୍ସା ପରେ ଋଷଭ ପନ୍ତ ଭଲ ଅନୁଭବ କରୁଛନ୍ତି।

ସୂଚନାଯୋଗ୍ୟ ଗତ ଡିସେମ୍ବର ୩୦ ତାରିଖରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁରକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୁଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପନ୍ତଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଏହାପୂର୍ବରୁ ସେ ଡେରାରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତା’ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।

Leave A Reply

Your email address will not be published.