ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ବାସ କରନ୍ତି, କିନ୍ତୁ ବିରୋଧୀ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ : କାର୍ତ୍ତିକ ପାଣ୍ଡିଆନ

ବୌଦ୍ଧ, ବୀରମହାରାଜପୁର ଓ ସୋନପୁରରେ ପାଣ୍ଡିଆନଙ୍କ ଧୂଆଁଧାର ପ୍ରଚାର

ଭୁବନେଶ୍ବର : ନିର୍ବାଚନ ପ୍ରଚାରର ୧୧ତମ ଦିନରେ ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ବୌଦ୍ଧ ଜିଲ୍ଲାର ବୌଦ୍ଧ, ସୋନପୁର ଜିଲ୍ଲାରେ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଧୂଆଁଧାର ପ୍ରଚାର ଜାରି ରଖିଛନ୍ତି । ବୌଦ୍ଧରେ ସମବେତ ବିପୁଳ ଜନସମାବେତକୁ ସମ୍ବୋଧନ କରି ପାଣ୍ଡିଆନ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସେବାରେ ବିଶ୍ବାସ କରନ୍ତି। ଲୋକଙ୍କୁ କାମର ହିସାବ ଦେବାରେ ବିଶ୍ବାସ କରନ୍ତୁ । ଲୋକଙ୍କ ଅସୁବିଧାକୁ ନିଜ ଅସୁବିଧା ଭାବି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତି। କିନ୍ତୁ ବିରୋଧୀ ଦଳ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ନିର୍ବାଚନ ଆସିଲେ ସେମାନେ ପର୍ଯ୍ୟଟକ ଭଳି ଆସନ୍ତି, ବଡ ବଡ କଥା କୁହନ୍ତି। ମିଠା ମିଠା ପ୍ରତିଶୃତି ଦିଅନ୍ତି । ନିର୍ବାଚନ ସରିଗଲେ ଆଉ ମିଳନ୍ତି ନାହିଁ । ଶଙ୍ଖ ଚିହ୍ନକୁ ଓଡିଶାର ପ୍ରଗତିର ଚିହ୍ନ ଭାବରେ ଅଭିହିତ କରି ଶ୍ରୀ ପାଣ୍ଡିଆନ କହିଲେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ସର୍ମପିତ ଭାବେ କାମ କରିଚାଲିଛି ।
ବୌଦ୍ଧ ଜିଲ୍ଲାର ପୁରୁଣା କଟକକୁ NAC ଓ ବୌଦ୍ଧକୁ ମ୍ୟୁନିସପାଲଟି ମାନ୍ୟତା ଦିଆଯାଇଛି । ଲୋକଙ୍କ ପ୍ରସ୍ତାବକ୍ରମେ ଭୈରବୀ ମନ୍ଦିର ଓ ଚନ୍ଦ୍ରଚୂଡ ମନ୍ଦିରର ବିକାଶ ପାଇଁ ଯଥାକ୍ରମେ ୪ କୋଟି ଓ ସାଢେ ତିନି କୋଟି ଟଙ୍କା ଦିଆଯାଇଛି । ଏହାସହିତ ଅନେକ ମଠ, ମନ୍ଦିର, ଚର୍ଚ୍ଚ, ମସ୍‌ଜିଦର ରୂପାନ୍ତର ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ପାଣ୍ଡିଆନ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେବା ପାଇଁ ନିବେଦନ କରିଥିଲେ।
ପରେ ପରେ ବୀରମହାରାଜପୁରରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ସାରା ଓଡିଶାବାସୀଙ୍କୁ ନିଜ ପରିବାର ଭାବେ ଭାବନ୍ତି ଓ ସେମାନଙ୍କ ଉନ୍ନତି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କଥା କମ୍‌, କାମ ବେଶି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପରିଚୟ। ମୁଖ୍ୟମନ୍ତ୍ରୀ ସବୁବେଳେ ବନ୍ୟା, ବାତ୍ୟା, ମରୁଡି, ସୁଖ ଦୁଃଖ ସବୁଥିରେ ଓଡିଶାବାସୀଙ୍କ ସାଥିରେ ଅଛନ୍ତି ଓ ସେମାନଙ୍କ ପାଇଁ କାମ କରୁଛନ୍ତି । କିନ୍ତୁ ବିରୋଧୀ ଦଳ କେବଳ ଭୋଟ ପାଇଁ ଓଡିଶା ଆସନ୍ତି । ବଡ ବଡ କଥା କୁହନ୍ତି। କିନ୍ତୁ କାମ ଘର ଶୂନ । କଥା ବେଶି କାମ କମ୍‌ – ହେଉଛି ବିରୋଧୀଙ୍କ ପରିଚୟ। ଭୋଟ ପାଇଁ ସେମାନେ ଆସନ୍ତି। ୫ ବର୍ଷରେ ଥରେ ଆସନ୍ତି। ଘୋଡା ଦେବୁ, ହାତୀ ଦେବୁ କୁହନ୍ତି । ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ କରିବେ ବୋଲି କୁହନ୍ତି। କିନ୍ତୁ, ଭୋଟ ସରିଲେ ସବୁ ଭୁଲିଯାନ୍ତି । ବିଜେପି ଦଳର ନିର୍ବାଚନୀ ପ୍ରତିଶୃତି ସଂପର୍କରେ ସ୍ମରଣ କରାଇଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଯୁବକଙ୍କ ପାଇଁ  ଦୁଇ କୋଟି ଚାକିରୀ ଓ ଚାଷୀଙ୍କ ପାଇଁ ଧାନର ଗଝଚ ଦୁଇ ଗୁଣ କରିବା ପ୍ରତିଶୃତି କରିବା କୁଆଡେ ଗଲା ?
ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିରୋଧୀ ବାରମ୍ବାର ମିଛ କହୁଛନ୍ତି, ମିଛ ପ୍ରତିଶୃତି ଦେଉଛନ୍ତି । କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଲୋକଙ୍କୁ କାମର ହିସାବ ଦିଅନ୍ତି । ଭୋଟ ନୁହେଁ, ସେବାରେ ବିଶ୍ବାସ କରନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆରମ୍ଭ କରାଯାଇଥିବା ନୂଆ-ଓ ବୃତ୍ତି ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କଲେଜ ଯାଉଥିବା ୯୫ ପ୍ରତିଶତ ଛାତ୍ରଛାତ୍ରୀ  ବୃତ୍ତି ପାଉଛନ୍ତି । ଝିଅମାନେ ୧୦ ହଜାର ଓ ପୁଅମାନେ ୯ ହଜାର ଟଙ୍କା ।
ବୀରମହାରାଜପୁରର ବିକାଶ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବୀରମହାରାଜପୁରରେ ୩୦୦୦ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଚାଲିଛି । ଉଲୁଣ୍ଡା, ସୁବଳୟା ଓ ବୀରମହାରାଜପୁରକୁ ଘଇଉ ମାନ୍ୟତା ମିଳିଛି । ପାତଳୀ ଶ୍ରୀକ୍ଷେତ୍ର ପାଇଁ ୨୮ କୋଟି ଟଙ୍କା ଦିଆଯାଇଛି । ବୀରମହାରାଜପୁର ସହିତ ତାଙ୍କ ସଂପର୍କ ବିଷୟ ଉଲ୍ଲେଖ କରି ସେ କହିଥିଲେ ଯେ ବିନିକାରୁ ହିଁ ସେ ତାଙ୍କର ଚାକିରୀ ଜୀବନର ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ସେ କହିଥିଲେ  ଲୋକଙ୍କ ସେବାରେ ମୁଖ୍ୟମନ୍ତ୍ରୀ ନିଜକୁ ସମର୍ପିତ କରିଛନ୍ତି। ଲୋକଙ୍କ ମୁହଁରେ ହସ ଫୁଟିଲେ, ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି । ତେଣୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଦୁଇ ଥର ଭୋଟ ଦେଇ ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ।
ଏହାପରେ ସୋନପୁରର ବିନିକା ଠାରେ ଆୟୋଜିତ ସଭାରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବିନିକା ଓ ଡୁଙ୍ଗୁରିପାଲ୍ଲୀ ସହିତ ମୋର ସ୍ବତନ୍ତ୍ର ସଂପର୍କ ରହିଛି । ଏଠାରେ ମୁଁ ପ୍ରଶିକ୍ଷଣ ପାଇଥିଲି । ନିର୍ବାଚନ ସରିଗଲେ ବିରୋଧୀ ଦଳଙ୍କୁ ଆପଣ ଖୋଜିଲେ ବି ପାଇବେ ନାହିଁ । କିନ୍ତୁ ନିର୍ବାଚନ ସରିଲେ ଆମେ ଆସିବୁ ଓ ପୁଣି ହିସାବ ଦେବୁ। ସେ କହିଥିଲେ ଯେ ଡୁଙ୍ଗୁରିପାଲ୍ଲୀ ଓ ରାମପୁରକୁ ଘଇଉର ମାନ୍ୟତା ଦିଆଯାଇଛି । ସୁବର୍ଣ୍ଣମେରୁ, ରାମେଶ୍ବର ଓ ସୁରଶ୍ବେରୀ ମନ୍ଦିର ପାଇଁ ୫.୪୦ କୋଟି ଟଙ୍କା, ସୋନପୁର ସୁରଶ୍ବେରୀ ମନ୍ଦିର ପାଇଁ ୨.୧୦ କୋଟି ଟଙ୍କା, ଭୀମଭୋଇ ସମାଧୀ ପୀଠର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା, ଅଙ୍ଗ ଜଳସେଚନର ସଂପ୍ରସାରଣ ପାଇଁ ୨୩୧ କୋଟି ଟଙ୍କା, ଚୂଡାଖାଇ ପାହାଡର ସୌନ୍ଦର୍ଯ୍ୟକରଣ ପାଇଁ ୧ କୋଟି ଟଙ୍କା, ପୂଜାଡୁଙ୍ଗୁରୀର ବିକାଶ ପାଇଁ ୧ କୋଟି ଟଙ୍କା, ତରଭା ବରପାହାଡ ବିକାଶ ପାଇଁ ୫୦ ଲକ୍ଷ ଟଙ୍କାର କାମ ଚାଲିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ନିରଞ୍ଜନ ପୂଜାରୀ ବହୁତ ଦକ୍ଷତାର ସହ କାମ କରିଥାନ୍ତି। ତାଙ୍କ କାମ କରିବାର ଉଦାହରଣ ସୋନପୁରର District Hospital ୬୦ ହଜାର ମାର୍ଜିନରେ ଉଭୟ ନିରଞ୍ଜନ ପୂଜାରୀ ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇଙ୍କୁ ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦେଇ ଜିତାଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ, ବୀରମହାରାଜପୁରରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଏବଂ ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଏବଂ ସୋନପୁରର ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂଭୋଇ ଓ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଜାରୀ ପ୍ରମୁଖ ନିର୍ବାଚନ ପ୍ରଚାର କରି ଶଙ୍ଖ ଚିହ୍ନରେ  ଭୋଟ ଦେବାକୁ ନିବେଦନ କରିଥିଲେ ।
Leave A Reply

Your email address will not be published.