ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ୫ରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ବର : ଆଜି ଆଉ ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ସେଥି ମଧ୍ୟରୁ କେବଳ ନୀଳଗିରିରେ ନୂଆ ପ୍ରାର୍ଥୀଙ୍କୁ ଛାଡିଦେଲେ ୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ପରେ ପୁଣି ଆଜି ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

  1. ନୀଳଗିରି – ଅକ୍ଷୟ ଆଚାର୍ଯ୍ୟ
  2. ଜଳେଶ୍ବର- ସୁଦର୍ଶନ ଦାସ(ଦେବୀ ପ୍ରସନ୍ନ ଚାନ୍ଦଙ୍କ ଟିକେଟ କଟିଲା)
  3. ବରୀ- ଦେବାଶିଷ ନାୟକ(ଆରତୀ ଦେଓଙ୍କ ଟିକେଟ କଟିଲା)
  4. ଆଠମଲ୍ଲିକ- ହିମାଂଶୁ ଚାଉଳିଆ(ବିଜୟାନନ୍ଦ ଚାଉଳିଆଙ୍କ ଟିକେଟ କଟିଲା)
  5. ଆଠଗଡ଼- ସୁଦର୍ଶନ ସାହୁ(ମେହବୁବ ଅହମ୍ମଦ ଖାନ୍‌ଙ୍କ ଟିକେଟ କଟିଲା)
  6. ପୁରୀ- ଉମାବଲ୍ଲଭ ରଥ(ସୁଜିତ ମହାପାତ୍ରଙ୍କ ଟିକେଟ କଟିଲା)

ଏହାପୂର୍ବରୁ ଗତକାଲି ପୁରୀ ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେଇଛି କଂଗ୍ରେସ। ପ୍ରଚାର ପାଇଁ ଦଳପକ୍ଷରୁ ପାଣ୍ଠି ମିଳୁନଥିବା କହି ପୂର୍ବରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ଓହରି ଯିବା ପରେ ତାଙ୍କ ସ୍ଥାନରେ ଜୟନାରାୟଣ ପଟ୍ଟନାୟକଙ୍କୁ ନୂଆ ପ୍ରାର୍ଥୀ କରିଛି କଂଗ୍ରେସ।

ଏହା ପୂର୍ବରୁ କଂଗ୍ରେସ ଟିକେଟ୍ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି। ଦଳ ପାଣ୍ଠି ଦେଉ ନଥିବାରୁ ପ୍ରଚାର କରିବା ଅସମ୍ଭବ ବୋଲି କହି ସେ ଟିକେଟ ଫେରାଇ ଦେଇଥିଲେ। ଏହାଛଡା ପୁରୀର କିଛି ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି ବୋଲି ସୁଚରିତା ଅଭିଯୋଗ କରିଥିଲେ। ପାଣ୍ଠି ଅଭାବରୁ ଓହରିବା ନିଷ୍ପତ୍ତି ଇ-ମେଲ ମାଧ୍ୟମରେ ସେ ଏଆଇସିସିକୁ ଅବଗତ କରାଇଥିଲେ। ସୁଚରିତାଙ୍କ ଏହି ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା ।

Leave A Reply

Your email address will not be published.