ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ୪ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବାରିପଦା: ଆଜି ମୟୁରଭଞ୍ଜ, ବାଲେଶ୍ବର ଓ ଯାଜପୁର ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସକାଳ ସାଢେ ୧୧ଟାରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାଇରଙ୍ଗପୁରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବାରିପଦା ନିର୍ବାଚନମଣ୍ଡଳିରେ କ୍ୟାମ୍ପେନ କରିବେ । ଏହାପରେ ବାଲେଶ୍ବର ଓ ଶେଷରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ନିର୍ବାଚନମଣ୍ଡଳିରେ ଭୋଟ ଭିକ୍ଷା କରିବେ ।

ଚତୁର୍ଥ ପର୍ଯ୍ୟାରେ ରାଜ୍ୟର ଏହି ଲୋକସଭା କ୍ଷେତ୍ର ଗୁଡ଼ିକରେ ଜୁନ ଏକ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନବୀନଙ୍କ ଗସ୍ତକୁ ନେଇ ସବୁଠୁ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.