ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଲା ପ୍ରଚାର, ଦିନକ ପରେ ମତଦାନ; ୬ ଲୋକସଭା, ୪୨ ବିଧାନସଭା ଆସନରେ ପଡିବ ଭୋଟ୍

ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିଲା ପ୍ରଚାର, ଦିନକ ପରେ ମତଦାନ ହେବ । ପ୍ରଥମ ଦୁଇଟି ପର୍ଯ୍ୟାୟ ଠାରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ପର୍ଯ୍ୟାୟରେ ହେବ ସମ୍ମାନ ପାଇଁ ଲଢ଼େଇ । ଏହିସବୁ ଆସନ ପାଇଁ ହାଇପ୍ରୋଫାଇଲ କ୍ୟାମ୍ପେନିଂ ହୋଇଛି । ବିଜେଡି ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ, କାର୍ତ୍ତିକ ପାଣ୍ଡିଆନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘନ ଘନ ପ୍ରଚାର କରିଛନ୍ତି । କଂଗ୍ରେସ ମଧ୍ୟ ବଡ଼ ନେତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରିଛନ୍ତି ବିଭିନ୍ନ ଦଳ ।

ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ ବିଧାନସଭା ଆସନରେ ମତଦାନ ହେବ । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ ବିଧାନସଭା ଆସନରେ ହେବ ମତଦାନ। ଏହି ପର୍ଯ୍ୟାୟରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ମୋଟ ୪୪୭ ଜଣ ପ୍ରାର୍ଥୀ ‌ଅଛନ୍ତି । ୬ ଲୋକସଭା ଆସନରେ ୬୪ଜଣ ପ୍ରାର୍ଥୀ ଓ ୪୨ ବିଧାନସଭା ଆସନରେ ୩୮୩ ଜଣ ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ଓ ଅରୂପ ପଟ୍ଟନାୟକଙ୍କ ପରି ବଡ଼ ବଡ଼ ନେତାଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ସେହିପରି ବିଧାନସଭା ପାଇଁ ବିଜେଡି, ବିଜେପି, କଂଗ୍ରେସର ଅନେକ ତୁଙ୍ଗ ନେତା ମଇଦାନରେ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ଅଶୋକ ପଣ୍ଡା, ମୋହନ ମାଝୀ, ଜୟନ୍ତ ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ଭଳି ନେତା ରଣାଙ୍ଗନରେ ରହିଛନ୍ତି ।

ତୃତୀୟ ପର୍ଯ୍ୟାୟରେ ୯୪ ଲକ୍ଷ ୪୮ ହଜାରରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିପାରିବେ । ଏଥିରୁ ୨.୫ ପ୍ରତିଶତ ମତଦାତା ପ୍ରଥମ ଥର ଭୋଟ ଦେବେ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୦ ହଜାର ୫୫୧ ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରେ ୨ ହଜାର ମଡେଲ ବୁଥ ରହିଛି। ୨୦ ପ୍ରତିଶତ ବୁଥ୍ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.