ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଲ୍କାର ଆୟସୀ ହେଲେ ଏୟାର ଇଣ୍ଡିଆର ନୂଆ CEO

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ମିଳିଲା ନୂଆ ସିଇଓ । ତୁର୍କିସ୍ ଏୟାର ଲାଇନ୍ସର ପୂର୍ବତନ ଚେୟାରମ୍ୟାନ୍ ଇଲ୍କାର ଆୟସୀଙ୍କୁ ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ କରିଛି ଟାଟା ସନ୍ସ । ଇଲ୍କାର ଆୟସୀଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିବାକୁ ଏୟାର ଇଣ୍ଡିଆ ବୋର୍ଡର ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। ଏଥିରେ ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଏକ ବିଶେଷ ନିମନ୍ତ୍ରଣକାରୀ ଥିଲେ | ଉପଯୁକ୍ତ ବିଚାରବିମର୍ଶ ପରେ ବୋର୍ଡ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ଇଲ୍କାର ଆୟସୀଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।

ତେବେ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କ ନାମକୁ ସମସ୍ତ ନିୟନ୍ତ୍ରକଙ୍କଠାରୁ ମଂଜୁରୀ ମିଳିବାର ଆବଶ୍ୟକତା ରହିଛି । ଟାଟା ସନ୍ସ ଏୟାର ଇଣ୍ଡିଆର ଶତ ପ୍ରତିଶତ ସେୟାର ୧୮ ହଜାର ୩ଶହ କୋଟି ଟଙ୍କାରେ କିଣିଥିଲା । ଜାନୁଆରୀ ୨୭ ତାରିଖ ଦିନ ଏୟାର ଇଣ୍ଡିଆ ଟାଟା ହାତକୁ ଯାଇଥିଲା ।

ଇଲ୍କାର ଆୟସୀ ପୂର୍ବରୁ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍ ଥିଲେ। ଏନ ଚନ୍ଦ୍ରଶେଖରନ୍ କହିଛନ୍ତି, ଇଲ୍କାର ଆୟସୀ ଜଣେ ବିମାନ ଶିଳ୍ପପତି ଯାହାଙ୍କ କାର୍ଯ୍ୟକାଳରେ ତୁର୍କୀ ଏୟାରଲାଇନ୍ସର ସଫଳତାର ଉଡ଼ାଣ ଭରିଥିଲା । ଇଲ୍କାର ଆୟସୀଙ୍କୁ ସ୍ଵାଗତ କରି ଆମେ ବେଶ୍ ଖୁସି, ଯେଉଁଠି ସେ ଏୟାର ଇଣ୍ଡିଆର ନୂଆ ଯୁଗର ନେତୃତ୍ବ ନେବେ ।

Leave A Reply

Your email address will not be published.