ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜଧାନୀରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଗର୍ଜିଲେ ଓଡ଼ିଶାର ଉଜ୍ଜ୍ବଳା ଦିଦି

ଭୁବନେଶ୍ବର: ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ଓଡିଶା ଉଜ୍ଜ୍ବଳା ଦିଦି ସଂଘର ଧାରଣା ଓ ବିକ୍ଷୋଭ। ଧୋକାବାଜ ଧମେନ୍ଦ୍ର ପ୍ରଧାନ ୬ ବର୍ଷ ଧରି ମାଗଣା ଖଟାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି। ଏଭଳି ଅବିଚାର ପ୍ରତି ନ୍ୟାୟ ଏବଂ  ଉପଯୁକ୍ତ ପ୍ରାପ୍ଯ ଏବଂ ନିଯୁକ୍ତି ଦାବିରେ ବିକ୍ଷୋଭ କରିଛି ସଂଘ । ଧମେନ୍ଦ୍ର ପ୍ରଧାନ ନିଜକୁ ଉଜ୍ଜ୍ବଳା ମ୍ଯାନ ବୋଲାଉଥିବା ବେଳେ ସେ ଏବେ ଇଗୋ ମ୍ଯାନ ପାଲଟି ଯାଇଛନ୍ତି। ଉଜ୍ଜଳା ଦିଦିଙ୍କୁ ମୋହରା କରି ସଫଳତାର ଡିଣ୍ଡିମ ପିଟିଲେ, ଆଉଏ ଏବେ କାମ ସରିଗଲା ପରେ ଅଳିଆ ପରି ଡଷ୍ଟବିନିନକୁ ଫିଙ୍ଗିଦିଲେ। ୬ ବର୍ଷ ଧରି ଦୁଃଖ କଷ୍ଟରେ ପରିବାର ପୋଷୁଛୁ। ଆମ ଲୁହରେ ଧମେନ୍ଦ୍ର ପ୍ରଧାନ ଭାସିଯିବେ ବୋଲି ଅଭିଶପ ଦେଇଛନ୍ତି ଉଜ୍ଜ୍ବଳା ଦିଦି।

କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ  ଗରିବ ଲୋକଙ୍କୁ ରିହାତିରେ  ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଳl ଯୋଜନା ଆରମ୍ଭ କରିଥିଲେ। ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ  ପ୍ରତ୍ୟେକ ପଞ୍ଚାୟରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦି ମାନଙ୍କୁ ନିଯୁକ୍ତି ଦେଇଥିଲେ । ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ ର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ ।  ଖରା, ବର୍ଷା ଓ ଶୀତରେ ଉଜ୍ଜାଲା ଦିଦି ମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କ ରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ।

ପାଞ୍ଚ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟ କଲେ। ଯୋଜନାର ସଫଳତlର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇଦେଲେ ସତ କିନ୍ତୁ ରାଜ୍ୟରେ ୧୦ ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି କାଣି କଉଡ଼ି ଟିଏ ନଦେଇ ଠକି ଆସିଛନ୍ତି। ବିଭିନ୍ନ ସମୟରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି। ଉଜ୍ବଳା ଦିଦି ମାନଙ୍କୁ ବିଜେପି ସଂଗଠନର କର୍ମକର୍ତ୍ତା ମାନେ ବାରମ୍ବାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.