ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢିଲା କେଜ୍ରିୱାଲଙ୍କ ଅଡୁଆ: ଆତଙ୍କୀ ସଙ୍ଗଠନ ଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ରହିିଥିବା ବେଳେ ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ନିକଟକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ଏଥିରେ ଚନ୍ଦା କଟ୍ଟର ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଳାରଙ୍କୁ ମୁକୁଳାଇବା ପାଇଁ ଆପକୁ କୁହାଯାଇଥିଲା । ଏ ବାବଦକୁ ୧୬ ମିଲିୟନ ଡଲାର ଫଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା ।

ୱାର୍ଲ୍ଡ ହିନ୍ଦୁ ଫେଡେରେଶନ ଇଣ୍ଡିଆ ନାମକ ଏକ ସଂଗଠନ ଏହି ଅଭିଯୋଗ କରିଛି । ୨୦୧୪ରୁ ୨୦୨୨ ମଧ୍ୟରେ ଏହି ଚାନ୍ଦା ପ୍ରଦାନ କରାଯାଇଥିଲା । ୨୦୧୪ରେ ନ୍ୟୁୟର୍କରେ ଶିଖ ଫର ଜଷ୍ଟିସର ମୂଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ସହ କେଜ୍ରିୱାଲ ସାକ୍ଷାତ କରିଥିଲେ ।

ଏହି ବୈଠକରେ ପନ୍ନୁଙ୍କୁ କେଜ୍ରିୱାଲ ଆଶ୍ୱସନା ଦେଇଥିଲେ ଯେ, ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଭୁଲ୍ଲରଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ କରିବେ । ଆପ ପକ୍ଷରୁ ଏ ନେଇ କୌଣସି ବୟାନ ଜାରି କରାଯାଇ ନାହିଁ ।

Leave A Reply

Your email address will not be published.