ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାର୍ଟ ଭିତରେ ସୁନା ଲୁଚାଇ ଏୟାର ଇଣ୍ଡିଆର କ୍ରିଉ ମେମ୍ବର କରୁଥିଲେ ସୁନା ସ୍ମଗଲିଂ, ଗିରଫ କଲା କଷ୍ଟମ୍ସ ଟିମ୍

କୋଚି: ସୁନା ସ୍ମଗଲିଂ ବେଳେ ଧରାପଡ଼ିଲେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବର । କୋଚି ଏୟାରପୋର୍ଟରୁ କ୍ରିଉ ମେମ୍ବରଙ୍କୁ ଗିରଫ କଲା କଷ୍ଟମ୍ସ ବିଭାଗ । ସାର୍ଟ ଭିତରେ ସୁନା ଲୁଚାଇ ଆଣୁଥିବା ବେଳେ କୋଚି ବିମାନ ବନ୍ଦରରେ ଏୟାର ଇଣ୍ଡିଆର ଜଣେ କ୍ୟାବିନ କ୍ରିଉ ମେମ୍ବରଙ୍କୁ ଗିରଫ କରିଛି କଷ୍ଟମ୍ସ ଟିମ୍ । ୱାୟାନାଡର ମୂଳ ବାସିନ୍ଦା ଶାଫିଙ୍କୁ କଷ୍ଟମ୍ସ ଅଧିକାରୀମାନେ କୋଚିରେ ୧ କିଲୋ ୪୮୭ ଗ୍ରାମ ସୁନା ସହିତ ଗିରଫ କରିଛନ୍ତି।

କ୍ରିଉ ମେମ୍ବର ସୁନା ସ୍ମଗଲିଂ କରୁଥିବା ନେଇ ଗୁଇନ୍ଦା ରିପୋର୍ଟ ପରେ ଧରିଥିଲା ବିଭାଗ । ବାହରିନରୁ ଆସୁଥିବା ଫ୍ଲାଇଟର କ୍ରିଉ ମେମ୍ବର ସାଫିଙ୍କୁ କୋଚିରୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୧ କିଲୋ ୪୮୭ଗ୍ରାମର ସୁନା ଜବତ କରାଯାଇଛି । ସେ ହାତରେ ସୁନା ଗୁଡ଼ାଇ ସାର୍ଟର ହାତକୁ ଘୋଡାଇ ଗ୍ରୀନ୍ ଚ୍ୟାନେଲ ଦେଇ ଯିବାକୁ ଯୋଜନା କରିଥିଲେ। ତେବେ ଏ ବିଷୟରେ ଶାଫିଙ୍କୁ ଅଧିକ ପଚରାଉଚୁରା କରାଯାଉଛି। ଗତ ବୁଧବାର ସିଙ୍ଗାପୁରରୁ ଚେନ୍ନାଇ ଆସୁଥିବା ଦୁଇ ଯାତ୍ରୀଙ୍କ ଠାରୁ ଚେନ୍ନାଇ ଏୟାରପୋର୍ଟରୁ ପ୍ରାୟ ୭କିଲୋଗ୍ରାମର ସୁନା ଜବତ ହୋଇଥିଲା । ଯାହାର ମୂଲ୍ୟ ୩କୋଟିରୁ ଊର୍ଦ୍ଧ୍ବ ହେବ ।

Leave A Reply

Your email address will not be published.