ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାସ ସିଲିଣ୍ଡର ଫାଟି ୨ ଆହତ, ବିସ୍ଫୋରଣରେ ମାଟିରେ ମିଶିଲା ୬ ବଖରା ଘର

ତରଭା: ତରଭା ବ୍ଲକ ତୁଲୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନର୍ଡ। ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ୨ଜଣ ଆହତ ହେବା ସହ ୬ ବଖରା ଘର ମାଟିରେ ମିଶି ଯାଇଛି। ହସ୍ତଗତ ସୂଚନାରୁ ପ୍ରକାଶଯେ ନର୍ଡ। ନିବାସୀ କୈଳାସ ରଣାଙ୍କ ପତ୍ନୀ କିଶୋରୀ ରଣା ସୋମବାର ପୂର୍ବାହ୍ନ ରେ ରୋଷେଇ କରିବା ପାଇଁ ଗ୍ୟାସ ଚୁହ୍ଲାରେ ଅଗ୍ନି ସଂଯୋଗ କଲାପରେ ଘରେ ନିଆଁ ଜଳି ଉଠିଥିଲା।କିଶୋରୀ ଯୋରରେ ପାଟି କରିବାରୁ ପରିବାରର ସମସ୍ତେ ଘରୁ ବାହାରି ଆସିଥିଲେ।ଏହାର କିଛିକ୍ଷଣ ପରେ ଗୋଟିଏ ୫କେଜି ସିଲିଣ୍ଡର ଓ ତାର କିଛି ସମୟ ପରେ ଗୋଟିଏ ୧୪ କେଜି ସିଲିଣ୍ଡର ଜୋର ଧମାକା କରି ଫାଟି ଯାଇଥିଲା।ଏଥିରେ କିଶୋରୀ ଓ କୈଳାସ ଆହତ ହୋଇଥିଲେ।ଧମାକା ଏତେ ତୀବ୍ର ଥିଲାଯେ ଏଥିରେ କୈଳାସ ରଣା, ଶଙ୍କର ରଣା, ରତନ ରଣା, ରତ୍ନାକର ରଣା, ରାଜକୁମାର ରଣାଙ୍କ ୬ ବଖରା ଘର ଭାଙ୍ଗି ମାଟିରେ ମିଶି ଯାଇଛି।

ଦୁର୍ଘଟଣାର ଖବର ପାଇ ତରଭା ଦମକଳ କେନ୍ଦ୍ରର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ।ଆହତ ଦୁଇ ଜଣଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗୀର ଡାକ୍ତର1 ଖାନାକୁ ନିଆଯାଇଥିଲା।ତରଭା ତହସିଲଦାର ଅନାଦି ଚରଣ ସାହୁ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଘରର ଛାତ ସବୁ ଭାଙ୍ଗି ସମସ୍ତ ଆସବାବପତ୍ର ଭଙ୍ଗା ଛାତତଳେ ପୋତି ହୋଇ ନଷ୍ଟ ହୋଇଯାଇଥିବା ଦେଖାଯାଇଛି।ଗୁରୁତର ଆହତ କୈଳାସ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ କିଶୋରୀ ନର୍ଡ।କୁ ଫେରି ଆସିଛନ୍ତି।

Leave A Reply

Your email address will not be published.