ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରେନ ଧକ୍କାରେ ୨ ହାତୀ ମୃତ, ୧ ଗୁରୁତର

ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ବନ ଅଧିକାରୀ

କେନ୍ଦୁଝର/ଆନନ୍ଦପୁର:  କେନ୍ଦୁଝରଦେଇ ଯାଇଥିବା ଜଖପୁରା ବାଂଶପାଣି ରେଳ ଲାଇନର ଟାଙ୍ଗିରିଆପାଳ ନିକଟରେ ରେଳ ଦୁର୍ଘଟଣାରେ ୨ଟି ହାତୀର ମୃତ୍ୟୁ ହୋଇଥିବାବେଳେ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ସୋମବାର ରାତ୍ରୀରେ ଟାଙ୍ଗିରିଆପାଳ ଶଗଡ଼ପଟ୍ଟା ମଝିରେ ଆମ୍ବଧରା ନାଳ ନିକଟରେ ୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କା ଦେଇଥିଲା। ଫଳରେ ୨ଟି ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଖରେ ହାତୀ ପଲରେଥିବା ଅନ୍ୟ ଏକ ହାତୀ ମଧ୍ୟ ଟ୍ରେନ ଧକ୍କାରେ ଗୋଡ଼ ଜଖମ ହୋଇ ଗୁରୁତର ଆହତ ଥିବା ସୂଚନା ମିଳିଛି। ଘଟଣାଟି ଆଜି ସକାଳୁ ଜଣାପଡିଥିଲା। ଖବରପାଇ ଘଟଣା ସ୍ଥଳରେ ବରିଷ୍ଠ ବନ ଅଧିକାରୀ ମାନେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି। ଯାତ୍ରୀବାହୀ ଟ୍ରେନ ନା ମାଲ ବାହି ଟ୍ରେନ ହାତୀ ପଲ୍ଲଙ୍କୁ ଧକ୍କା ଦେଇଛି ଜଣାପଡିନାହିଁ। ତାହା ଅନୁସନ୍ଧାନ ଚାଲିଛି।

ସୂଚନା ଯୋଗ୍ୟଯେ, ଟ୍ରେନ ଲାଇନରେ ଗତ କିଛି ମାସ ପୂର୍ବରୁ ବଂଶପାଣି ନିକଟରେ ଟ୍ରେନ ଧକ୍କାରେ ୩ ହାତୀର ମୃତ୍ୟୁ ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ହୋଇ ଆସୁଛି। ତେଣୁ ଏହା ଉଭୟ ବନ ବିଭାଗ ଏବଂ ରେଳ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିିଛି।

 

Leave A Reply

Your email address will not be published.