ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଷ ଜମିରେ ପାଣି ମଡାଇବା ସମୟରେ ବିଦ୍ୟୁତ ସଂଶ୍ପର୍ଷରେ ଆସି କାକା-ପୁତୁରାଙ୍କ ମୃତ୍ୟୁ

ବଲାଙ୍ଗିର: ଚାଷ ଜମିରେ ପାଣି ମଡାଇବା ପାଇଁ ପମ୍ପ ସଜାଡୁଥିଲେ କାକା ପୁତୁରା । ବିଦ୍ୟୁତ ସଂଶ୍ପର୍ଷରେ ଆସି ଚାଲିଗଲା ଉଭୟଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁରେ । ବିଦ୍ୟୁତ ସଂଶ୍ପର୍ଷରେ ଆସିବା ପରେ ଉକ୍ତ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, ତରଭା ଥାନା ଅନ୍ତର୍ଗତ ପଣ୍ଡକିମାଲ ଗାଁର ଗୋପ ସାହୁ ଓ ରାଧାକାନ୍ତ ସାହୁ ଚାଷଜମିରେ ପାଣି ମଡାଇବା ପାଇଁ ପାଣି ପମ୍ପ ସଜାଡୁଥିଲେ । ଏହି ସମୟରେ ଉଭୟ ବିଦ୍ୟୁତ ସଂଶ୍ପର୍ଷରେ ଆସିଯାଇ ଗୁରୁତର ହୋଇଥିଲେ । ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି ତରଭା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସୋମବାର ସକାଳ ପ୍ରାୟ ୧୧ ଟାରେ ଉଭୟଙ୍କ ମୃତ୍ୟୂ ହୋଇଥିବା ଜଣାପଡିଛି । ଉଭୟଙ୍କ ମରଶରୀରକୁ ମର୍ଗରେ ରଖାଯାଇଥିଲା । ବ୍ୟବଚ୍ଚେଦ ପରେ ମୃତଦେହକୁ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି । ମୃତ୍ୟୁବରଣ କରିଥିବା ଉଭୟ କାକା – ପୁତୁରା ବୋଲି ଜଣାପଡିଛି ।

Leave A Reply

Your email address will not be published.