ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କୁଟିକୁ ପିଟିଲା ଟ୍ରକ୍: ୬ ମାସର ଶିଶୁକନ୍ୟା ମୃତ, ମା’ ଗୁରୁତର

ସୁନ୍ଦରଗଡ଼: ରାଉରକେଲା- ସମ୍ବଲପୁର ଏକ୍ସପ୍ରେସ ୱେ କରମଡିହିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ୬ ମାସ ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ମାଆ ଗୁରୁତର ଆହତ ହୋଇଛି। ଦ୍ରୁତ ଗତିରେ ଏକ ଟ୍ରକ ମାଡ଼ି ଆସି ରାସ୍ତାରେ ଯାଉଥିବା ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ମାଆ କୋଳରେ ବସିଥିବା ୬ ମାସର ଶିଶୁକନ୍ୟାଟିର ଶୋଚନୀୟ ମୃତ୍ଯୁ ଘଟିଛି। ମୃତା ଶିଶୁ ହେଲେ ବଡ଼ଗାଁ ଇତମା ରଶ୍ରେୟାଂଶି। ମାଆ ମୁନି ପ୍ରଧାନ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଇତମାରୁ ସ୍କୁଟିରେ ମୁନି ଶିଶୁ କନ୍ଯା ଶ୍ରେୟାଂଶି ଓ ସାନ ଭଉଣୀ ସହ ସୁନ୍ଦରଗଡ଼ ଆସୁଥିଲେ। ସ୍କୁଟି ସାନ ଭଉଣୀ ଚଲାଉଥିଲେ। କରମଡିହି ନିକଟରେ ଦ୍ରୁତ ଗତିରେ ଏକ ଟ୍ରକ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ମାଆ କୋଳରୁ ଛିଟକି ପଡ଼ି ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ଯୁ ଘଟିଥିଲା। ମାଆ ଗୁରୁତର ଆହତ ହେବା ପରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରଯାଇଛି।

Leave A Reply

Your email address will not be published.