ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ; ଜୋରଦାର ପ୍ରଚାର କରିବେ ୩ ପ୍ରମୁଖ ରାଜନୈତିକ ଦଳ

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ସନ୍ଧ୍ୟା ୫ଟା ଯାଏ କ୍ୟାମ୍ପେନ କରିପାରିବେ ପ୍ରାର୍ଥୀ । ଶେଷ ଦିନରେ ସବୁ ଦମ୍‌ ଲଗାଇବେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଭୋଟ ହାତେଇବାକୁ ଜୋରଦାର କସରତ କରୁଛନ୍ତି ପ୍ରାର୍ଥୀ । ଶେଷ ଦିନରେ ଜନସମର୍ଥନ ହାସଲ ପାଇଁ ସବୁ ଦଳ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ଦଳର ହେଭିେଓ୍ଵଟ୍‌ ପ୍ରଚାର ମଇଦାନରେ ଅଛନ୍ତି । ଆଜି ରୋଡ୍‌ ସୋ କରି ଭୋଟ ଭିକ୍ଷା କରିବେ ବର୍ଷା ସିଂ ବରିହା । ଗତକାଲି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚାର କରିଥିଲେ । ନବୀନଙ୍କ କ୍ୟାମ୍ପେନ ପରେ ଆହୁରି ଉତ୍ସାହିତ ହୋଇପଡ଼ିଛି ବିଜେଡି ଶିବିର ।

ବିଜେଡି ସୁପ୍ରିମୋ ନବୀନଙ୍କ ପ୍ରଚାର ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଭରିଛି ନୂଆ ଜୋସ୍ । ସବୁଆଡ଼େ ବହୁଛି ଶଙ୍ଖ ହାଓ୍ବା । ୩ଟି ସ୍ଥାନରେ ବର୍ଷାଙ୍କ ପାଇଁ ପ୍ରଚାର କରି ଆଶୀର୍ବାଦ ମାଗିଛନ୍ତି ନବୀନ । ପଦ୍ମପୁରକୁ କୌଣସି କ୍ଷେତ୍ରରେ ଅବହେଳିତ କରାଯିବ ନାହିଁ । ୨୦୨୩ରେ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ । ଏହା ସହିତ କେନ୍ଦ୍ରର ଅବହେଳା ପ୍ରସଙ୍ଗରେ ବର୍ଷି ବିଜେପି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.