ଟ୍ବିଟରରେ ଟ୍ରେଣ୍ଡ କରୁଛି ‘ଶଙ୍ଖ ମୋ ଗର୍ବ’: ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ

ଭୁବନେଶ୍ବର: ଟ୍ବିଟରରେ ଟ୍ରେଣ୍ଡକଲା ‘ଶଙ୍ଖ ମୋ ଗର୍ବ’। ବିଜୁ ଜନତା ଦଳର ପ୍ରତୀକ ହେଉଛି ଶଙ୍ଖ ଚିହ୍ନ । ଶଙ୍ଖ ପାଲଟିଛି ସମୃଦ୍ଧର ପ୍ରତୀକ। ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ କରୁଛନ୍ତି ପୋଷ୍ଟ। ଶଙ୍ଖ ସହ ଯୋଡି ହୋଇଛି ଓଡ଼ିଶାର ସଂସ୍କୃତି। ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି ।
#ଶଙ୍ଖ_ମୋ_ଗର୍ବ#ShankhaMoGarba pic.twitter.com/pTdu3jn6zJ
— Pranab Balabantaray (@Pranab3333) March 16, 2023
କ୍ରମାଗତ ଭାବେ କ୍ଷମତାକୁ ଆସିବା ଏବଂ ଅଧିକାରୁ ଅଧିକ ଜନସମର୍ଥନ ଲାଭ କରିବା ପଛରେ ଏକମାତ୍ର ତତ୍ତ୍ବ ହେଉଛି ‘ଜନତାର ଆଶା ଓ ଭରସା’, ଦୂରଦୃଷ୍ଟି, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ବ ହିଁ ଏଭଳି ସିଦ୍ଧି ଲାଭ କରିପାରେ। ଜନସାଧାରଣ ଶାସନର ସଫଳତା ଓ ଦକ୍ଷତା ପରଖି ଜନାଦେଶ ଦେଇଥାନ୍ତି। ନବୀନବାବୁ ନୂଆ ରାଜନୈତିକ ପରିଚାଳନା ସହିତ ଜାତୀୟ ସ୍ତରରେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିଛନ୍ତି। ନବୀନ ବାବୁଙ୍କ ଭଳି ସ୍ବଳ୍ପଭାଷୀ, ନମ୍ର, ଶାନ୍ତ ଏବଂ ଭଦ୍ର ରାଜନେତା ସାରା ଭାରତବର୍ଷରେ ବିରଳ।
ବିଗତ ୨୨ ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ କେବଳ ବିପର୍ଯ୍ୟୟ ପରିଚାଳନାରେ ନୁହେଁ; ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତିି। ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ବିଭିନ୍ନ ଯୋଜନା ଫଳବତୀ ହେବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟରେ ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ବାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ସମୟୋଚିତ ସେବା ଯୋଗାଣ ସହିତ ବିଶେଷକରି ଗରିବ, ଦଳିତ, କୃଷକ, ମହିଳା ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ସାଜିଛନ୍ତି।
ଓଡ଼ିଶା ମୋ ରାଜ୍ୟ, ମୋ ମାଟି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସୁରକ୍ଷିତ #ଶଙ୍ଖ_ମୋର_ଗର୍ବ
ମୁଁ ଜଣେ ଗର୍ବିତ ଓଡ଼ିଆ #ଶଙ୍ଖ_ମୋ_ଗର୍ବ #ShankhaMoGarba pic.twitter.com/6n7XcThQk3
— Manas Mangaraj (@manasrmangaraj) March 16, 2023