ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେ’ ପହିଲାରୁ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କରିବେ ରାଜ୍ଯ ସରକାର

ଭୁବନେଶ୍ବର: ଖୁବ୍ ଶୀଘ୍ର ପଛୁଆ ବର୍ଗର ଲୋକଙ୍କୁ ମିଳିବ ସମସ୍ତ ସୁବିଧା ସୁଯୋଗ। ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ। ପୂର୍ବରୁ କେନ୍ଦ୍ର ସରକାର ଜନଗଣନାରେ ପଛୁଆ ବର୍ଗଙ୍କୁ ଗୁରୁତ୍ବ ଦେଉ ନ ଥିବାରୁ ରାଜ୍ୟସରକାର ଏହି ସର୍ଭେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ମେ ୧ ରୁ ୨୭ ପର୍ଯ୍ଯନ୍ତ ଏହି ସର୍ଭେ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହି ସର୍ଭେରେ ସମସ୍ତ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ। ଏଥିରେ କେବଳ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ଯେକୌଣସି ଗୋଟିଏ ପରିଚୟ ପତ୍ର ତଥା ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ବା ପ୍ୟାନ୍ କାର୍ଡ ଯୋଗେ ତଥ୍ୟ ଦେଇ ପାରିବେ । ଏତତ୍ ବ୍ୟତୀତ ରାସନ କାର୍ଡ ନ ଥିବା ପଛୁଆ ବର୍ଗ ପରିବାରର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ଯ ଅଧିକାର ମିଳିବ ସେନେଇ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି।

Leave A Reply

Your email address will not be published.