ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟ ଅଭିଯୁକ୍ତକୁ ଛାଡିଦେବା ପ୍ରତିବାଦରେ ଟାଉନ ଥାନା ସମ୍ମୁଖରେ ଧାରଣା

ବାରିପଦା: ଜଣେ ଅଭିଯୁକ୍ତକୁ ଥାନାରୁ ଛାଡିଦେବା ଅଭିଯୋଗରେ ମଙ୍ଗଳବାର ରାତି ୧୦ଟାରେ ବାରିପଦା ଟାଉନ ଥାନା ସମ୍ମୁଖରେ ଭଞ୍ଜସେନା ପକ୍ଷରୁ ଧାରଣା ଦିଆଯାଇଛି । ଅଭିଯୁକ୍ତ ଜଣଙ୍କ ହେଲେ ଅସ୍ତିଆ ଅଞ୍ଚଳର ଦିପକ ସିଂ । ୨ଦିନ ତଳେ ରବିବାର ରାତି ୧୦ଟା ୪୫ମିନିଟ ସମୟରେ ଦିପକ ଓ ତାଙ୍କ ସାଥିଗଣ ନିଶାଶକ୍ତ ଅବସ୍ଥାରେ ସହରର କୃଷ୍ଣଚନ୍ଦ୍ର ଗୋଲେଇ ନିକଟ ପାୟେଲ ହୋଟେଲକୁ ଖାଦ୍ୟ ପାର୍ସଲ ଆଣିବାକୁ ଯାଇଥିବା କାଳିକାପୁର ଅଞ୍ଚଳର ସନ୍ଦିପ ହୋତା ନାମକ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ପ୍ରତିବାଦରେ ଉପସ୍ଥିତ ସ୍ଥାନୀୟ ବ୍ୟବସାୟୀ ଓ ଜନସାଧାରଣ ଦିପକ ଓ ତାଙ୍କ ଗ୍ୟାଙ୍ଗର ଅନ୍ୟଜଣଙ୍କୁ ଗୋଡାଇ ଧରିବା ସହିତ ପୁଲିସକୁ ଜିମା ଦେଇଥିଲେ । ପୁଲିସ ଘଟଣାରେ ଏହି ଦୁଇ ଅଭିଯୁକ୍ତଙ୍କ ସହିତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ତେବେ ତହିଁ ପରଦିନ ଦିପକଙ୍କ ପ୍ରତି ଅଭିଯୋଗ କ୍ରମେ ସନ୍ଦିପ୍ତ ସମେତ ଘଟଣାଦିନ ଉପସ୍ଥିତ ଥିବା ୪/୫ଜଣଙ୍କ ନାମରେ ଅନ୍ୟ ଏକ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖିଛି । ତେବେ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ଦିପକଙ୍କୁ ପୁଲିସ ଛାଡିଦେଇଥିବା ଅଭିଯୋଗ ଆଣି ଭଞ୍ଜସେନା ପକ୍ଷରୁ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି ।

ତେବେ ଏନେଇ ସଦର ଏସଡିପିଓ ସୁଜିତ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ ଧାରଣା ସମ୍ପର୍କରେ ଜାଣିନାହାନ୍ତି କହିଛନ୍ତି । ଝାରପୋଖରିଆ ଥାନାକୁ ଏକ ତଦନ୍ତରେ ସେ ଯାଇଛନ୍ତି ବୋଲି କହିଥିଲେ । ଅଭିଯୁକ୍ତ ଦିପକକୁ ଛଡା ଯାଇନାହିଁ । ସେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଥିବା କହିଛନ୍ତି । ମାତ୍ର ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୟରେ ଧାରଣାରେ ବସିଥିବା ସମସ୍ତ ସଦସ୍ୟଙ୍କ କହିବାନୁସାରେ ପୁଲିସ ଦିପକଙ୍କୁ ଥାନାରୁ ଛାଡିଥିବା ଦେଖିଛନ୍ତି । ଆଇଆଇସି ଉମାଶଙ୍କର ନାୟକ ଫୋନ ରିସଭ କରିନାହାନ୍ତି ।

Leave A Reply

Your email address will not be published.