ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରମନ୍ତ୍ରୀଙ୍କୁ ଲାଜ ଲାଗିବା କଥା, ୧୦ ବର୍ଷ ହେଲା କାମ ସାରିପାରିଲେନି, ଏବେ ନିର୍ବାଚନ କମିଶନଙ୍କ କ୍ଲିୟରାନ୍ସ ଆଣୁଛନ୍ତି….

ଗୋପାଳପୁର : ସାମ୍ବାଦିକ ସମ୍ମଳନୀ କରି କେନ୍ଦ୍ରମନ୍ତ୍ରୀ ତଥା ଚଳିତ ନିର୍ବାଚନରେ ବିଜେପିର ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତାର ଚିଠା ଖୋଲିଦେଇଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ବୁଧବାର ଭୋରୁ ଗୋପାଳପୁରରେ ବିଭିନ୍ନ ଓଡ଼ିଆ ଗଣମାଧ୍ୟମର ସମ୍ପାଦକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିବା ସହ ତାଙ୍କ ଅପାରଗତାର ଗୋଟି ଗୋଟି ହିସାବ ଦେଇଛନ୍ତି।

କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ୧୦ ବର୍ଷ ଧର୍ମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ଓଡିଶା ପାଇଁ କ’ଣ କରିଛନ୍ତି। ୧୦ ବର୍ଷ ଧରି କେନ୍ଦ୍ରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିବା ସତ୍ତ୍ବେ ଓଡ଼ିଶାକୁ ଜଣେ ଓଡ଼ିଆ ଭାବେ ଅଣଦେଖା କଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି। ଶ୍ରୀ ପାଣ୍ଡିଆନ୍ ଆହୁରି ମଧ୍ୟ କହିଛନ୍ତି, ଗତ ୧୦ ବର୍ଷ ଭିତରେ ଓଡିଶାର ସ୍ୱାର୍ଥ ନେଇ ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ ଯାହା କିଛି ପଚାରିଛି, ସେ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ଓଡ଼ିଶା ତ ଦୂରର କଥା ଯେଉଁ ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇବାକୁ ସେ ୧୦ ବର୍ଷ ହେବ ଉଦ୍ୟମ କରିଆସୁଥିଲେ ସେହି ଢେଙ୍କାନାଳ ପାଇଁ ସେ କ’ଣ କରିଛନ୍ତି? ଏପରିକି ନିଜ ଗାଁ ପାଇଁ ସେ କ’ଣ କରିଛନ୍ତି? ତାହାର ମଧ୍ୟ ଉତ୍ତର ଦେଇପାରିବେ ନାହିଁ।

ଏଥି ସହିତ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୫ ବର୍ଷ ଶିକ୍ଷା ମନ୍ତ୍ରୀ ରହିଲେ ହେଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ପାଇଁ କ’ଣ କଲେ? କେନ୍ଦ୍ରୀୟ ବିଦ୍ୟାଳୟର ସଂଖ୍ୟା ବଢାଇଲେ ନା ଭଲ ସ୍କୁଲ କଲେ । ବରଂ ବିଜେଡି ଏଠି ୫ଟି ସ୍କୁଲ ଗଢିଛି । ଏବେବି ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ବ୍ଲାକ ବୋର୍ଡରେ ପଢ଼ା ଯାଉଛି । ହେଲେ ୫ଟି ସ୍କୁଲରେ ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି ପିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ କରୁଛି ସେ ଭୁବନେଶ୍ବରର କେନ୍ଦ୍ରୀୟ ବିଦ୍ୟାଳୟରେ ଦେଖନ୍ତୁ ପିଲା ବ୍ଲାକ ବୋର୍ଡରେ ପଢୁଛନ୍ତି, ହେଲେ ଓଡ଼ିଶାର ଉପାନ୍ତ ଅଞ୍ଚଳକୁ ଯାଇ ଦେଖନ୍ତୁ ୫ଟି ସ୍କୁଲରେ ପିଲା ସ୍ମାର୍ଟ ବୋର୍ଡରେ ପାଠ ପଢ଼ୁଛନ୍ତି। ରାଜ୍ୟ ପାଇଁ ନହେଲା ନାହିଁ ନିଜ ଜିଲ୍ଲା ଯେଉଁଠୁ ନିର୍ବାଚନ ଲଢିବାକୁ ପ୍ରଥମେ ଚେଷ୍ଟା କରୁଥିଲେ ସେହି ଢେଙ୍କାନାଳ ପାଇଁ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ବି ଖୋଲିପାରିଲେନି। ନିଜେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଅଛନ୍ତି ଚାହିଁଥିଲେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଖୋଲିପାରିଥାନ୍ତେ। ଏପରିକି ତାଙ୍କ ଅଧିନରେ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ବିଭାଗ ମଧ୍ୟ ରହିଛି ହେଲେ ଢେଙ୍କାନାଳରେ ଗୋଟିଏ ସ୍କିଲ୍‌ ଡେଭ୍‌ଲପ୍‌ମେଣ୍ଟ ସେଣ୍ଟର ଖୋଲିପାରିଲେ ନାହିଁ।

ଆହୁରି ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଏନ୍‌ଏଚ୍‌ ୫୫ ପ୍ରସଙ୍ଗ ଉଠାଇ କହିଛନ୍ତି, ଅନ୍ୟ ରାଜ୍ୟର କେନ୍ଦ୍ରମନ୍ତ୍ରୀ ମାନେ ନିଜ ରାଜ୍ୟର କାମକୁ ଗୁରୁତ୍ବ ଦେଇଥାନ୍ତି। କିନ୍ତୁ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ତାହା କରନ୍ତି ନାହିଁ। ବିଗତ ୧୦ ବର୍ଷ ଧରି ଏନ୍‌ଏଚ୍‌ ୫୫ କାମ ସରୁନି। ହେଲେ କେନ୍ଦ୍ରମନ୍ତ୍ରୀ ଚୁପ୍‌ ବସିଥିଲେ। ବିଜେଡି ଏହି ପ୍ରସଙ୍ଗ ବାରମ୍ବାର ଉଠାଇବା ସହ ଯେତେବେଳେ ଲୋକମାନେ ମଧ୍ୟ ଏହି ପ୍ରଶ୍ନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଲେ ସେତେବେଳେ ସେ ନିର୍ବାଚନ ସମୟରେ କାମ କରିବାକୁ ନିର୍ବାଚନ କମିଶନଙ୍କ କ୍ଲିୟରାନ୍ସ ଆଣିଛନ୍ତି। ସେ ଚାହିଁଥିଲେ ଆଗରୁ ଏହି ଏନ୍‌ଏଚ୍‌ ୫୫ କାମ ସରି ପାରଥାନ୍ତା, ଯେଉଁ ୨୦୦ରୁ ଅଧିକ ଜୀବନ ଏହି ରାସ୍ତାରେ ଦୁର୍ଘଟଣା କାରଣରୁ ଯାଇଛି , ତାହା ହୋଇନଥାନ୍ତା। କିନ୍ତୁ ସେତେବେଳେ ଧର୍ମେନ୍ଦ୍ରଙ୍କ ନଦ ଭାଙ୍ଗୁନଥିଲା, ଏବେ ନିର୍ବାଚନ ପାଇଁ ଭାଙ୍ଗିଛି। ଏଣୁ ଏମାନେ ନିର୍ବାଚନ ସମୟରେ ଆକ୍ଟିଭ ହୁଅନ୍ତି, ତାହା ପରେ ପୁଣି ଶୋଇପଡନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

Leave A Reply

Your email address will not be published.