ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ ( ୧୭ -୦୧ -୨୦୨୨ )

ମେଷ: କୌଣସି ବଡ଼ଧରଣ କାର୍ଯ୍ୟକୁ ତୁଲାଇ ପାରନ୍ତି । ଚାକିରିରେ ଉଚ୍ଚ ସମ୍ମାନ ପାଇବେ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଉତ୍ତମ ଲାଭ ମିଳିବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ହଳଦିଆ ।

ବୃଷ: ଦିନଟି କର୍ମତତ୍ପର ରହିବେ। ମହିଳାମାନେ ପରିଶ୍ରମୀ ହେବେ। । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଶୁଭଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ – ଆକାଶୀ ।

ମିଥୁନ: ବନ୍ଧୁ ବାନ୍ଧବଙ୍କ ସହଯୋଗ ମିଳିବ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍ ।

କର୍କଟ: କର୍ମକ୍ଷେତ୍ରରେ ଆବଦ୍ଧଯୋଗ ମନେ ହେବ। ସାଂସାରିକ ଅଭାବ ଓ ଅସୁବିଧା ରହିବ। ରାଜନୀତିର ବିରୋଧୀ ପ୍ରଭାବିତ କରିବେ। ବାଣିଜ୍ୟରେ ମନ୍ଥର ରହିବ । ଶିକ୍ଷାର୍ଥୀ ଅନ୍ୟମନସ୍କ ରହିବେ। ଶୁଭ ଅଙ୍ଗ-୯, ଶୁଭ ରଙ୍ଗ-କମଳା ।

ସିଂହ: ସ୍ବପ୍ନ ସାକାର ହେବ । ଦେହ ଓ ମନ ଭଲ ରହିବ । ରାଜନୀତିରେ ସୁନାମ ପାଇବେ । ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟରେ ସଞ୍ଚୟ ହେବ । ଶିକ୍ଷାର୍ଥୀ ଦୃଢ଼ମନା ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।

କନ୍ୟା: ବିଭିନ୍ନ ବାଟରେ ଆୟର ଉତ୍ସ ରହିବ । ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲଭର୍ ।

ତୁଳା: ବହୁ ଚେଷ୍ଟା କରି ସଫଳ ହେବେ। ଚାକିରିରେ ସୁଚାରୁରୂପେ ଦାୟିତ୍ଵ ତୁଲାଇବେ । ରାଜନୀତିରେ ସମ୍ମାନିତ ହେବେ । ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ- ମେଟାଲିକ୍।

ବିଛା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ । ଚାକିରିରେ ସମସ୍ୟା ଭିତରେ । ରହିବେ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ମେରୁନ୍ ।

ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ମନମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା ।

ମକର: ଦୁଃ ସାହସିକ ଭିତ୍ତିରେ କାର୍ଯ୍ୟ କରି ସୁଫଳ ପାଇବେ। ଚାକିରିରେ ସମ୍ମାନିତ ହେବେ। ରାଜନୀତିରେ ସକ୍ରିୟ ହେବେ । ବାଣିଜ୍ୟରେ ସଫଳତା ପାଇବେ । ଶିକ୍ଷାର୍ଥୀ ଅଧୟନରତ ରହିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।

କୁମ୍ଭ: ପରିଶ୍ରମର ଫଳ ପାଇବେ। ସନ୍ତାନ ସନ୍ତତିମାନେ ଉନ୍ନତି କରିବେ ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ସୁଫଳ ପାଇବେ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ- ନୀଳ।

ମୀନ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଭିତରେ ରହିବେ। ମହିଳାମାନେ ଉଦାସ ରହିବେ । ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଫଳ ପାଇବେ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ – ଗୋଲ୍ଡେନ୍‌।

Leave A Reply

Your email address will not be published.