ରାଜ୍ୟରୁ ଚିହ୍ନଟ ହେଲେ ଆଉ ୧୦ ହଜାର ୪୮୯ କରୋନା ପଜିଟିଭ୍

ଭୁବନେଶ୍ବର : ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାର ଗତକାଲି ଅପେକ୍ଷା ହ୍ରାସ ପାଇଛି। ଗତକାଲି ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୧୧ ହଜାର ୧୧୭ ଜଣ ରହିଥିବା ବେଳେ ଆଜି ୧୦ ହଜାର ୪୮୯ ରହିଛି। ଆଜି ଚିହ୍ନଟ ହୋଇଥିବା ୧୦ ହଜାର ୪୮୯ ଜଣ ପଜିଟିଭ୍‌ଙ୍କ ମଧ୍ୟରୁ  ୬୦୮୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୪୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୮୨ଜଣ ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।


ଆଜି ଚିହ୍ନଟ ହୋଇଥିବା ୧୦ ହଜାର ୪୮୯ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୪୪୪୦୧ଜଣକୁ ବୃଦ୍ଧି ପାଇଛି । ଏଥି ମଧ୍ୟରୁ ୭୫୭୯୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୬୦୦୬୭ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୭୦୧୫୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a comment