ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିଶନ ଶକ୍ତିର ନିଆରା ପ୍ରୟାସ: ଚାଷୀଙ୍କ ସହ ମହିଳାଙ୍କୁ କରିବ ସ୍ୱାବଲମ୍ବୀ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିର୍ମାଣ ହେବ ଶୀତଳ ଭଣ୍ଡାର

କେନ୍ଦ୍ରାପଡା: ଏଣିକି ପନିପରିବା ସୁରକ୍ଷିତ ରଖିବାକୁ ଆଉ ଚାଷୀଙ୍କୁ ଚିନ୍ତା କରିବାକୁ ପଡିବନି । ପୂର୍ବରୁ ଚାଷୀଙ୍କୁ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ସ୍ଥାନୀୟ ବଜାରରେ ଯାହାତାହା ଦାମରେ ବିକ୍ରି କରିବାକୁ ପଡୁଥିଲା । ଯେଉଁଥି ପାଇଁ ଚାଷୀ ଅନେକ ସମୟରେ ପନି ପରିବା ଦାମ ଠିକ ପାଉ ନଥିଲା । ଏହାକୁ ଦୃଷ୍ଟିରେ ରଖି ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଶୀତଳ ଭଣ୍ଡାର ନିର୍ମାଣ ପ୍ରକିୟା ଆରମ୍ଭ ହୋଇଛି । ଯେଉଁଥିରେ ମହିଳା ଗୋଷ୍ଠି ଶୀତଳ ଭଣ୍ଡାର ଦାୟିତ୍ୱରେ ରହିବେ । ଆଉ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ରଖି ସେମାନେ ମଧ୍ୟ କିଛି ଟଙ୍କା ରୋଜଗାରର ବାଟ ପାଇବାକୁ ନେଇ ଏହି ଯୋଜନା ଆରମ୍ଭ ହୋଇଛି । ବିନା ବିଦ୍ୟୁତ ସଂଯୋଗରେ ଏହି ଶୀତଳ ଭଣ୍ଡାର ଆରମ୍ଭ ହୋଇଛି। ସୋଲାରରେ ଶୀତଳ ଭଣ୍ଡାର ଚାଲିବାକୁ ନେଇ ଚାଷୀଙ୍କ ଆତ୍ମ ବିଶ୍ୱାସକୁ ବଢ଼ାଇଦେଇଛି । ପ୍ରତ୍ୟେକ ବ୍ଲକର ୪ଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ।  ଏନେଇ ପାଇଲଟ ପ୍ରୋଜେକ୍ଟ ଭାବରେ ପ୍ରଥମେ କେନ୍ଦ୍ରାପଡା ବ୍ଲକର ଚନ୍ଦନପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ଶୀତଳ ଭଣ୍ଡାର ନିର୍ମାଣ ଶେଷ ପର୍ୟ୍ୟାୟରେ ।  ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହା କାର୍ଯ୍ଯକ୍ଷମ ହେବ ବୋଲି ବିଡ଼ିଓ ଅଶ୍ୱିନୀ କୁମାର ଦାସ କହିଛନ୍ତି। ଏହି ଶୀତଳ ଭଣ୍ଡାର କାର୍ଯ୍ଯକ୍ଷମ ହେଲେ ଚନ୍ଦନ ପୁର, ସାନ ମାଣତିଆ, ଇନ୍ଦୁପୁର, ଧୂମାତ ଭଳି ଅଞ୍ଚଳର ଚାଷୀଙ୍କୁ ସହାୟକ ହେବ ।

ପୂର୍ବରୁ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଚାଷୀ ନିଜର ଉତ୍ପାଦିତ ସମାଗ୍ରୀର ଠିକ୍ ମୂଲ୍ୟ ପାଇ ନପାଇ ପରିବା ଏଣେତେଣେ ଫୋପାଡ଼ି ଦେଉଥିଲେ । ମାତ୍ର ଏବେ ଜିଲ୍ଲା ପ୍ରଶାସନଦ୍ୱାରା ନିଆଯାଇଥିବା ପଦକ୍ଷେପରେ ୪ଟି ପଞ୍ଚାୟତର ଚାଷୀ ୧୦ ଟନ ପନି ପରିବା ଏହି ଶୀତଳ ଭଣ୍ଡାରରେ ରଖି ପାରିବେ । ଫଳରେ ସେମାନଙ୍କୁ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । କେନ୍ଦ୍ରାପଡା ଜିଲ୍ଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ପ୍ରାୟତଃ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି କ୍ଷ ହେଲେ ଜମିରେ ସୁନାର ଫସଲ ଫଳାଇଥିବା ଚାଷୀ, ଅମଳ ବେଳେ ଅଭାବ ବିକ୍ରିର ଶିକାର ହେଉଥିଲେ କ୍ଷ କାରଣ ସଂରକ୍ଷଣ ପାଇଁ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିଲା ।

ଏକକାଳୀନ ଅଧିକ ଅମଳ ହେଲେ ରଖିବା ପାଇଁ ବିକଳ୍ପ ନଥିବାରୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ନିର୍ମାଣ କରିବା ପାଇଁ ୨୦ ଲକ୍ଷ ଲେଖାଏଁ ବଜେଟ ରଖାଯାଇଛି । ଏହି ମିନି ସୋଲାର ଶୀତଳ ଭଣ୍ଡାରରେ ଏକାଥରକେ ୧୦ ଟନ ପନିପରିବା ରହିବାର ସୁବିଧା ରହିଛି । ଏବେ ଚାଷୀଙ୍କ ଚାହିଦା ମେଣ୍ଟାଇବ ବୋଲି ଜିଲ୍ଲା ପ୍ରଶାସନ ଆଶା କରୁଛି ଯାହାକି ଚାଷୀଙ୍କ ଜୀବନକୁ ସହଜ କରିବାକୁ ଯାଉଛି । ଏବେ ଚାଷୀଙ୍କ ନିଜ ଉତ୍ପାଦିତ ପନିପରିବାକୁ ଅନ୍ତତଃ ପକ୍ଷେ କିଛିଦିନ ପାଇଁ ସଂରକ୍ଷିତ ରହିବ ବୋଲି ଚାଷୀ ଆଶା ପ୍ରକଟ କରିଛନ୍ତି ।

ଏହା ବିନା ବିଦ୍ୟୁତ ଶକ୍ତିରେ ଆଉ ସୋଲାରରେ ପରିଚାଳିତ ହେବାକୁ ଯାଉଥିବାରୁ ଏଥିପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଯାହାକି ଚାଷୀଙ୍କ ସହିତ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଦିଗରେ ସହାୟକ ହେବ । ଫଳରେ ବିରକ୍ତ ହୋଇ ଚାଷ ଛାଡିଥିବା ଅନେକ ଚାଷୀ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ମତ ପ୍ରକାଶ ପାଇଛି । ଏନେଇ ଜିଲ୍ଲାପାଳ ଅମ୍ରିତି ଋତୁରାଜ କହିଛନ୍ତି ଜିଲ୍ଲାରେ ଶୀତଳ ଭଣ୍ଡାର ହେବାର ଯୋଜନା ରହିଛି । ନିକଟରେ ଜମଧର ଆରଏମସି ପରିସରରେ ଏକ ବଡ଼ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ଯୋଜନା ଚୂଡାନ୍ତ ହୋଇଛି ।

Leave A Reply

Your email address will not be published.