ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାର୍ବଣ ବେଳେ ରାଜଧାନୀରେ ମାତିଲେ ଦୁର୍ବୁତ୍ତ, ସରକାରୀ କ୍ଵାର୍ଟରରେ ପଶି ଲୁଟିନେଲେ ୬ ଲକ୍ଷ ଟଙ୍କାର ସୁନାଗହଣା

ଭୁବନେଶ୍ୱର: ପାର୍ବଣ ବେଳେ ମାତିଲେ ଦୁର୍ବୁତ୍ତ । ସରକାରୀ କ୍ଵାଟରରେ କଳାକନା ବୁଲେଇଲେ ଲୁଟେରା । ଲୁଟିନେଲେ ୬ ଲକ୍ଷ ଟଙ୍କାର ସୁନାଗହଣା । ଏଭଳି ଘଟଣା ଘଟିଛି ରାଜଧାନୀ ୟୁନିଟ୍ ୮ ଅଞ୍ଚଳରେ । ଘରର ପଛପଟ କବାଟ ଭାଙ୍ଗି ଲୁଟି ନେଇଗଲେ ପାଖାପାଖି ୬ଲକ୍ଷ ଟଙ୍କାର ସୁନା ଗହଣା । ସକାଳେ ଛୁଆକୁ ସ୍କୁଲ ଛାଡିବାକୁ ଯାଇଥିବାବଳେ ଏହାର ସୁଯୋଗ ନେଇ ଘରେ ପଶିଥିଲେ ଦୁର୍ବୃତ୍ତ। ମାତ୍ର ୧୫ ମିନିଟରେ ଲକର ଭାଙ୍ଗି ଲୁଟି ନେଇଥିଲେ ଟଙ୍କା ଓ ଗହଣା। ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡି ଫେରାର ହୋଇଯାଇଛନ୍ତି ।

ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ବର ୟୁନିଟ୍ ୮ ଅଞ୍ଚଳର ବ୍ୟବସାୟୀ ବସନ୍ତ ସେନାପତି । ବସନ୍ତଙ୍କ ପତ୍ନୀ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀ । ୬ ମାସ ପୂର୍ବରୁ ବସନ୍ତଙ୍କ ଘରୁ ଚୋରି ହେଇଥିବାବେଳେ ଆଜି ପୁଣି ଥରେ ସେହି ସମାନ ଘରୁ ଦୁର୍ବୃତ୍ତ ଲୁଟ୍ କରିଛନ୍ତି ।

Leave A Reply

Your email address will not be published.