ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୫-୦୫-୨୦୨୪)

ମେଷ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଚାକିରିରେ ପରିବର୍ତ୍ତନ ହେବ। ରାଜନୀତିରେ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ସନ୍ତାନଙ୍କ ଭବିଷ୍ୟତ ଲାଗି ବାପାମାଆ ଅର୍ଥ ନିବେଶ କରିବେ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ପ୍ରେମ ଜୀବନ ସୁଖମୟ ହେବ।

ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଅଧିକ ପରିଶ୍ରମ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବାଦବିବାଦରୁ ଦୂରେଇ ରହିବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।

କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ଉଧାର ଧନ ଫେରିପାଇବେ। ଚାକିରିରେ ନୂଆ ସୁଯୋଗ ଜୁଟିବ। ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।

ସିଂହ: ନିବେଶରୁ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁନି। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ।

କନ୍ୟା: ନୂଆ ରଣନୀତିରେ କାରବାରକୁ ଆଗକୁ ନେବେ। ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ଭାଇ, ଭଉଣୀଙ୍କ ସହ ସୁଖଦୁଃଖ ବାଣ୍ଟିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ।

ତୁଳା: ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାରକରଜ କରିବାରୁ ରକ୍ଷା ପାଇବେ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେବେ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ କରିବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନ ଖୁସିରେ ବିତିବ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ।

ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

ମକର: ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ବିଦେଶ ଯାତ୍ରା ଯୋଗ ଅଛି। ଭଉଣୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେବ।

କୁମ୍ଭ: ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ।

Leave A Reply

Your email address will not be published.