ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟଙ୍କର ଭୁକମ୍ପରେ ଥରିଲା ନ୍ୟୁଜିଲାଣ୍ଡ; ରିକ୍ଟର ସ୍କେଲରେ ତୀବ୍ରତା ୬.୯

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ଦିନ ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣର ସୂଚନା ଅନୁସାରେ ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ଶନିବାର ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । USGS କହିଛି ଯେ ଭୂକମ୍ପ କେନ୍ଦ୍ର ୧୫୨ କିଲୋମିଟର (୯୪ ମାଇଲ) ଗଭୀରରେ ଥିଲା । ତେବେ ଭୂକମ୍ପରେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ହୋଇଥିବା ହସ୍ତଗତ ହୋଇନି । ଆମେରିକାର ସୁନାମି ୱାର୍ଣ୍ଣିଂ ସିଷ୍ଟମ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ ।

Leave A Reply

Your email address will not be published.