ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ମହିଳା ପ୍ରିମିୟର ଲିଗ୍‌‌, ସନ୍ଧ୍ୟା ୭.୩୦ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜାଏଣ୍ଟସ୍

ମୁମ୍ବଇ : ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶ୍ୱର ସବୁଠାରୁ ଧନାଢ଼୍ୟ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‌‌ ଲିଗ୍‌‌ ଆଇପିଏଲ୍‌‌ ଢାଞ୍ଚାରେ ଶନିବାରଠାରୁ ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଲ୍ୟୁପିଏଲ୍‌‌) ଆରମ୍ଭ ହେବାକୁ ଯାଉଛି। ଭାରତୀୟ କ୍ରିକେଟ୍‌‌ର ସର୍ବୋଚ୍ଚ ସଂସ୍ଥା ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଡବ୍ଲ୍ୟୁପିଏଲ୍‌‌ର ପ୍ରଥମ ସଂସ୍କରଣରେ ୫ ଗୋଟି ଦଳ ମଧ୍ୟରେ ମୋଟ୍‌‌ ୨୨ଟି ମ୍ୟାଚ୍‌‌ ଖେଳାଯିବ। ଚଳିତ ମାସ ୨୬ ତାରିଖରେ ଫାଇନାଲ ମ୍ୟାଚ୍‌‌ ଖେଳାଯିବ। ଟି-୨୦ ଫର୍ମାଟ୍‌‌ରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଟାଟା ମୁଖ୍ୟ ପ୍ରାୟୋଜକ ରହିଛି। ଶନିବାର ଗୁଜରାଟ ଜ୍ୟାଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବା ସହ ବିଧିବଦ୍ଧ ଭାବେ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଆଇପିଏଲ୍‌‌ ଭଳି ଡବ୍ଲ୍ୟୁପିଏଲ୍‌‌ରେ ମଧ୍ୟ ୫ଟି ଯାକ ଫ୍ରାଞ୍ଚାଇଜ ନିଲାମୀ ମାଧ୍ୟମରେ ସେମାନଙ୍କ ମନପସନ୍ଦର ଖେଳାଳି କ୍ରୟ କରିଥିଲେ। ଏହି ନୂତନ ପ୍ରତିଯୋଗିତାର ଆଗମନ ସହିତ ବିଶ୍ୱ ମହିଳା କ୍ରିକେଟ୍‌‌ରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି କହିଲେ କିଛି କମ୍‌‌ ହେବନାହିଁ।

ପ୍ରାୟୋଜକ ତଥା ପ୍ରସାରଣକାରୀଙ୍କ ଅଭାବ ଦର୍ଶାଇ ବିସିସିଆଇ ଅନେକ ବର୍ଷ ଧରି ଫ୍ରାଞ୍ଚାଇଜଭିତ୍ତିକ ମହିଳା ଟି-୨୦ ଲିଗ୍‌‌ ଆରମ୍ଭ ନେଇ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲା। ଯେଉଁଥି ପାଇଁ ଗତ କିଛିବର୍ଷ ଧରି ଆଇପିଏଲ୍‌‌ ମଝିରେ ସମାନ୍ତରାଳ ଭାବେ ୪ ମ୍ୟାଚ୍‌‌ବିଶିଷ୍ଟ ମହିଳା ଟି-୨୦ ଚ୍ୟାଲେଞ୍ଜର ପ୍ରତିଯୋଗିତା ଆୟୋଜନ କରିଆସୁଥିଲା। କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ମହିଳା ଟି-୨୦ ଲିଗ୍‌‌ର ସଫଳ ଆୟୋଜନ ପରେ ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌‌ ବୋର୍ଡ ବିସିସିଆଇ ଶେଷରେ ମହିଳା ପ୍ରିମିୟର ଲିଗ୍‌‌ ଆୟୋଜନ ନେଇ ଅଣ୍ଟା ଭିଡ଼ିଥିଲା। ଯାହା ଫଳରେ ଏହି ବହୁପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିସିସିଆଇର ଏହି ପ୍ରୟାସକୁ ସାରା ବିଶ୍ୱର କ୍ରିକେଟର୍‌‌ ପ୍ରଶଂସା କରିଛନ୍ତି। ‘ମହିଳା ପ୍ରିମିୟର ଲିଗ୍‌‌ ଏକ ବୃହତ ବିକାଶ। ଭାରତରେ ମହିଳା କ୍ରିକେଟର୍‌‌ମାନେ ଅଧିକ ସମୟ ପର୍ଯ୍ୟନ୍ତ ଏହି କ୍ରୀଡ଼ାରେ ଜଡ଼ିତ ହୋଇରହିବେ। ଭାରତୀୟ ମହିଳା କ୍ରିକେଟ୍‌‌ ପାଇଁ ଏହା ବେଶ୍‌‌ ଲାଭଦାୟକ ହେବ’ ବୋଲି ଭାରତୀୟ କ୍ରିକେଟ୍‌‌ ଦଳର ପ୍ରାକ୍ତନ ଅଧିନାୟିକା ମିତାଲି ରାଜ କହିଛନ୍ତି।

ମହିଳା ଆଇପିଏଲ୍‌‌ ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ୨୬ରେ ଶେଷ ହେବ। ଏଥିରେ ମୋଟ ୫ଟି ଦଳ ୨୨ଟି ମ୍ୟାଚ୍‌‌ ଖେଳିବେ। ଏହା ମଧ୍ୟରୁ ରାଉଣ୍ଡ ରବିନ୍‌‌ ଲିଗ୍‌‌ ଭିତ୍ତିରେ ପ୍ରତ୍ୟେକ ଦଳ ଘରୋଇ ମାଟିରେ ଓ ଘର ବାହାରେ ଅନ୍ୟ ଦଳ ସହ ଗୋଟିଏ ଲେଖାଏଁ ମ୍ୟାଚ୍‌‌ ଖେଳିବେ। ଯାହା ଫଳରେ ସମସ୍ତ ଦଳ ୮ଟି ଲେଖାଏଁ ମ୍ୟାଚ୍‌‌ ଖେଳିପାରିବେ। ରାଉଣ୍ଡ ରବିନ ଲିଗ୍‌‌ ପର୍ଯ୍ୟାୟର ପଏଣ୍ଟ ଭିତ୍ତିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ସିଧାସଳଖ ଫାଇନାଲ ମ୍ୟାଚ୍‌‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ସ୍ଥାନିତ ଦଳ ମଧ୍ୟରେ ଏକମାତ୍ର ଏଲିମିନେଟର ଖେଳାଯିବ। ଏହି ମ୍ୟାଚର ବିଜେତା ମାର୍ଚ୍ଚ ୨୬ରେ ପଏଣ୍ଟ ଟେବଲର ପ୍ରଥମ ସ୍ଥାନରେ ଥିବା ଦଳ ସହ ଫାଇନାଲ ମୁକାବିଲା କରିବ।

ମନ୍ଧାନା ସବୁଠୁ ଦାମୀ ଖେଳାଳି

ଡବ୍ଲ୍ୟୁପିଏଲ୍‌‌ର ଉଦ୍‌‌ଘାଟନୀ ସଂସ୍କରଣରେ ୫ଟି ଦଳ ଅଂଶଗ୍ରହଣ କରିବେ। ଏହି ୫ଟି ଦଳ ହେଲା ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଦିଲ୍ଲୀ କ୍ୟାପିଟାଲ୍ସ, ଗୁଜରାଟ ଜ୍ୟାଣ୍ଟ୍‌‌ସ ଓ ୟୁପି ୱାରିୟର୍ଜ। ଯେଉଁଥିରୁ ପ୍ରଥମ ୪ଟି ଦଳ ପୁରୁଷ ଆଇପିଏଲ୍‌‌ରେ ଅଂଶଗ୍ରହଣ କରୁଛନ୍ତି। ଗତ ଜାନୁଆରୀରେ ୫ଟି ଫ୍ରାଞ୍ଚାଇଜ ମୋଟ୍‌‌ ୫୮୦ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪,୭୪୬ କୋଟି ୧୭ ଲକ୍ଷ ଟଙ୍କା) ବ୍ୟୟରେ ଦଳ କ୍ରୟ କରିଥିଲେ। ସେହିଭଳି ମୋଟ୍‌‌ ୯୦ଟି ସ୍ଥାନ ଲାଗି ସାରା ବିଶ୍ୱରୁ ୧୫୦୦ ଖେଳାଳି ନିଲାମୀ ପାଇଁ ନାମ ପଞ୍ଜିକରଣ କରିଥିଲେ। ଏଥିଲାଗି ଫେବ୍ରୁଆରୀ ୧୩ରେ ଖେଳାଳି ନିଲାମୀ ହୋଇଥିଲା। ଯେଉଁଥିରେ ଭାରତର ସ୍ମୃତି ମନ୍ଧାନା ସବୁଠାରୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ। ମନ୍ଧାନାଙ୍କୁ ବାଙ୍ଗାଲୋର ଫ୍ରାଞ୍ଚାଇଜ ୩.୪ କୋଟି ଟଙ୍କା ମୂଲ୍ୟରେ କ୍ରୟ କରିଥିଲା। ମୁମ୍ବାଇର ଡିୱାଇ ପାଟିଲ ଓ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌‌ ଖେଳାଯିବ।

ପ୍ରସାରଣ ଓ ପୁରସ୍କାର

ଭାଏକମ୍‌‌ ୧୮ରୁ ମହିଳା ଆଇପିଏଲ୍‌‌ର ପ୍ରସାରଣ ଅଧିକାର ମିଳିଛି। ସ୍ପୋଟର୍ସ୧୮ ଟିଭିରେ ଏହି ମ୍ୟାଚ୍‌‌ ଗୁଡିକର ସିଧା ପ୍ରସାରଣ କରାଯିବ। ଜିଓ ସିନେମା ଆପ୍‌‌ରେ ମଧ୍ୟ ଏହି ଖେଳମାଗଣାରେ ଦେଖାଯାଇ ପାରିବ। ଏହି ପ୍ରତିଯୋଗିତା ଲାଗି ମୋଟ ପୁରସ୍କାର ରାଶି ୧୦ କୋଟି ଟଙ୍କା ରଖାଯାଇଛି। ପ୍ରତ୍ୟେକ ଟିମ୍‌‌କୁ ଖେଳାଳି କିଣିବା ଲାଗି ୧୨ କୋଟି ଟଙ୍କାର ଅନୁମତି ଦିଆଯାଇଥିଲା। ଏହି ରାଶି ପ୍ରତ୍ୟେକ ବର୍ଷ ୧.୫ କୋଟି ଲେଖାଏଁ ଟଙ୍କା ବୃଦ୍ଧି ପାଇବ।

ମୁମ୍ବାଇ ଇଣ୍ଡିଆନ୍ସ

ହରମନପ୍ରୀତ କୌର (ଅଧିନାୟିକା), ଅମନଜୋତ କୌର, ହେଲି ମାଥ୍ୟୁସ, ହିଦର ଗ୍ରାହମ, ଇସି ୱଙ୍ଗ, ଚ୍ଲୋଏ ଟ୍ରାଇଅନ, ପ୍ରିୟଙ୍କା ବାଲା, ଧାରା ଗୁଜ୍ଜର, ସାଇକା ଇଶାକ, ହୁମାଇରା କାଜି, ସୋନମ ଯାଦବ, ଜିନତିମାନୀ କଲିଟା, ନିଲମ ବିଷ୍ଟ, ନାଟ ସିଭର-ବ୍ରଣ୍ଟ, ପୂଜା ବସ୍ତ୍ରକାର, ୟସ୍ତିକା ଭାଟିଆ ଓ ଆମେଲି କେର।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ସ୍ମୃତି ମନ୍ଧାନା (ଅଧିନାୟିକା), ସୋଫି ଡିଭାଇନ୍‌‌, ହିଥର ନାଇଟ୍‌‌, ମେଗାନ ସ୍କଟ୍‌‌, କନିକା ଆହୁଜା, ଏରିନ ବର୍ଣ୍ଣସ୍‌‌, ଡେନ୍‌‌ ଭାନ୍‌‌ ନିଏକେର୍କ, ପ୍ରୀତି ବୋଷ, କୋମଲ ଜାନଜାଦ, ଦିଶା କାସାଟ, ଇନ୍ଦ୍ରାଣୀ ରଏ, ଶ୍ରେୟଙ୍କା ପାଟିଲ, ଆଶା ଶୋଭାନା, ପୁନମ ଖେମନର, ସାହାନା ପାୱାର, ରିଚା ଘୋଷ, ଏଲିସ ପେରୀ ଓ ରେଣୁକା ସିଂ।

ୟୁପି ୱାରିୟର୍ଜ

ଆଲିସା ହିଲି (ଅଧିନାୟିକା), ଦିପ୍ତୀ ଶର୍ମା (ଉପ-ଅଧିନାୟିକା), ଗେସ୍‌‌ ହାରିସ, ଅଞ୍ଜଳି ଶର୍ବାଣୀ, ରାଜେଶ୍ୱରୀ ଗାଏକ୍ୱାଡ, ଶ୍ୱେତା ଶେରାୱତ, କିରଣ ନାଭଗିରେ, ଲରେନ ବେଲ, ପାର୍ଶବୀ ଚୋପ୍ରା, ଏସ୍‌‌ ୟାହାଶ୍ରୀ, ଲକ୍ଷ୍ମୀ ଯାଦବ, ସିମରନ ଶେଖ, ସୋଫି ଇକ୍ଲେଷ୍ଟୋନ, ତାହିଲା ମ୍ୟାକଗ୍ରାଥ, ଦେବୀକା ବୈଦ୍ୟ ଓ ଶବନିମ ଇସମାଏଲ।

ଗୁଜରାଟ ଜ୍ୟାଣ୍ଟ୍‌‌ସ

ବେଥ ମୁନୀ (ଅଧିନାୟିକା), ଆଶଲେ ଗାର୍ଡନର, ସ୍ନେହ ରାଣା, ଜର୍ଜିଆ ୱାରହାମ, ଆନାବେଲ ସଦରଲାଣ୍ଡ, ସୋଫିଆ ଡଙ୍କଲି, ଡିଏଣ୍ଡ୍ରା ଡଟିନ, ହର୍ଲି ଗାଲା, ସୁଷମା ବର୍ମା, ତନୁଜା କନୱର, ହର୍ଲିନ ଦେଓଲ, ଅଶ୍ୱିନୀ କୁମାରୀ, ଏସ୍‌‌ ମେଘନା, ମାନସୀ ଜୋଶୀ, ଡି ହେମଲତା, ମୋନିକା ପଟେଲ, ପାରୁଣିକା ସିସୋଦିଆ ଓ ଶବନିମ ସକିଲ।

ଦିଲ୍ଲୀ କ୍ୟାପିଟାଲ୍ସ

ମେଗ ଲାନିଙ୍ଗ୍‌‌ (ଅଧିନାୟିକା), ଜେମିମା ରୋଡ୍ରିଗ୍ୱେଜ (ଉପଅଧିନାୟିକା), ଶେଫାଳୀ ବର୍ମା, ମାରିଜାନ୍‌‌ କାପ୍‌‌, ଆଲାଇସ୍‌‌ କାପ୍‌‌ସୀ, ଶିଖା ପାଣ୍ଡେ, ଜେଶ ଜୋନାସେନ, ଲଉରା ହାରିସ୍‌‌, ରାଧା ଯାଦବ, ମିନୁ ମାନି, ତାନିଆ ଭାଟିଆ, ପୁନମ ଯାଦବ, ସ୍ନେହା ଦୀପ୍ତି, ଅରୁନ୍ଧତି ରେଡ୍ଡୀ, ତିତାସ ସାଧୁ, ଜେସିଆ ଅଖତର, ତାରା ନୋରିସ୍‌‌, ଅପର୍ଣ୍ଣା ମଣ୍ଡଳ।

Leave A Reply

Your email address will not be published.