ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବକାରୀ ଚଢଉ: ବିପୁଳ ପରିମାଣର ପୋଚ ଓ ଦେଶୀ ମଦ ଜବତ,୨ ମହିଳା ଗିରଫ

କୋରାପୁଟ: ଅବକାରୀ ବିଭାଗର ଗୁଇନ୍ଦା ଟିମ୍ ଦ୍ଵାରା ଶୁକ୍ରବାର ପୁରୁଣା ଡୁମୁରିପୁଟ, ମୋହନପଡ଼ା, ଘାଟଗୁଡ଼ା, ପଣସପୁଟ,ବନ୍ଧଗୁଡ଼ା, ନୂଆ କଲୋନୀ ଅଞ୍ଚଳରେ ଚଢଉ କରି ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ କରା ଯାଇଥିବା ବେଳେ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି। କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ଜଣା ପଡ଼ିବା ପରେ ଅବକାରୀ କମିଶନର ନରସିଂହ ଭୋଳ ଓ ଡେପୁଟି କମିସନର ଡମ୍ବରୁଧର ଖଣ୍ଡା ଚଢଉ ପାଇଁ ଅବକାରୀ ବିଭାଗର ଗୁଇନ୍ଦା ଟିମକୁ ନିର୍ଦେଶ ଦେଇଥିଲେ।

ନିର୍ଦେଶ ମୁତାବକ ଜୟପୁର ସ୍ଥିତ ଅବକାରୀ ଥାନା ଓ ଆଇଆଇସି ରଶ୍ମିରଞ୍ଜନ ନାୟକଙ୍କ ନେତୃତ୍ବରେ ଏକ ଟିମ ଶୁକ୍ରବାର ପୂର୍ବାହ୍ନରେ ଉପରୋକ୍ତ ଗ୍ରାମ ଗୁଡିକରେ ଚଢଉ କରିଥିଲେ। ଚଢଉ ବେଳେ ମୋହନପଡ଼ାର ଏକ ଭଙ୍ଗା ପାଇଖାନା ଘରୁ ୨୦୦୦ ଲିଟର ପୋଚ ଏବଂ ୮୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ। ସେହିପରି ଡୁମୁରିପୁଟରେ ଚଢଉ କରି ପ୍ରତିମା ଖିଲ ଓ ଡମୁଣୀ ହନ୍ତାଳ ନାମ୍ନୀ ଦୁଇଜଣ ମହିଳାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମଧ୍ୟ ବହୁ ପରିମାଣର ମଦ ଜବତ କରିଥିଲେ। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ତେବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୀ ବିରୁଦ୍ଧରେ ଆଗାମୀ ଦିନରେ ମଧ୍ୟ ଚଢଉ ଜାରୀ ରହିବ ବୋଲି ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଆଜିର ଚଢଉରେ ଅବକାରୀ ବିଭାଗ ଏଏସ ଆଇ କେ.ଚନ୍ଦ୍ର ଶେଖର ରେଡ୍ଡୀ, କନେଷ୍ଟବଲ୍ ବିବେକାନନ୍ଦ ଖେତି,ବ୍ରହ୍ମାନନ୍ଦ ଭୋଇ ଓ ପୂଜା ରାଣୀ ନାୟକ ସାମିଲ ହୋଇଥିଲେ।

Leave A Reply

Your email address will not be published.