ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟୁତ ଆଘାତରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଯାଜପୁର: ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗାଁରେ ଅଘଟଣ। ବିଦ୍ୟୁତ ଆଘାତରେ ବାପ-ପୁଅ ମୃତ, ମା’ ଗୁରୁତର। ବାପା ଗଣେଶ ମଣ୍ଡଳ ଓ ପୁଅ ଆସୁ ମଣ୍ଡଳଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ବେଳେ ମା’ ତୁଳସୀ ମଣ୍ଡଳଙ୍କୁ ଗୁରୁତର ଅବସ୍ଥାରେ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଘରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଘଟିଛି ଏହି ଅଘଟଣ। ଘଟଣାସ୍ଥଳରେ ଦାନଗଦି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ବାପପୁଅ ଘରେ କୌଣସି ବିଦ୍ୟୁତ ମରାମତି କାମ କରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ପ୍ରଥମେ ଆଶୁ ମଣ୍ଡଳଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ତାଙ୍କୁ ବାପା ଗଣେଶ ମଣ୍ଡଳ ଓ ମା’ ତୁଳସୀ ମଣ୍ଡଳ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଗଣେଶ ମଣ୍ଡଳଙ୍କର ମୃତ୍ୟୁ ଘଟିଥିବା ବେଳେ ମା’ ତୁଳସୀ ମଣ୍ଡଳ ଗୁରୁତର ଆହାତ ହୋଇ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.