ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମକୋର୍ଟରେ ଉତ୍ତର ରଖିଲା ୟୁପିଏସସି : ସିଭିଲ ସର୍ଭିସ ପାଇଁ ଅତିରିକ୍ତ ସୁଯୋଗ ଦେବା ଜଟିଳ ବ୍ୟାପାର

ନୂଆଦିଲ୍ଲୀ : କରୋନାରେ ପୀଡିତ ହୋଇଥିବା କିଛି ପ୍ରାର୍ଥୀ ସର୍ବଭାରତୀୟ ପ୍ରଶାସନିକ ସେବା(ସିଭିଲ ସର୍ଭିସ) ପରୀକ୍ଷା ସମ୍ପୂର୍ଣ୍ଣ ଦେଇପାରିନଥିବା ବେଳେ ସେମାନଙ୍କୁ ଅତିରିକ୍ତ ସୁଯୋଗ ଦେବା ପ୍ରସଙ୍ଗରେ ୟୁପିଏସସି ପକ୍ଷରୁ ସୁପ୍ରିମକୋର୍ଟରେ ଉତ୍ତର ରଖାଯାଇଛି। ସୋମବାର ଏହି ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି କରାଯାଇଥିଲା। ତେବେ ୟୁପିଏସସି ପକ୍ଷ ରଖିଥିବା ଓକିଲ କୋର୍ଟଙ୍କୁ କହିଥିଲେ ଯେ, ପରୀକ୍ଷା ସମ୍ପୂର୍ଣ୍ଣ କରିପାରିନଥିବା ପ୍ରାର୍ଥୀଙ୍କୁ କୌଣସି ସ୍ଥିତିରେ ଅତିରିକ୍ତ ସୁଯୋଗ ପ୍ରଦାନ କରାଯିବା ଅତ୍ୟନ୍ତ ଜଟିଳ ପ୍ରକ୍ରିୟା। କାରଣ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ରେକର୍ଡ ଯାଞ୍ଚ କରିବାକୁ ହେବ ଯାହାକି ଅତି ଜଟିଳ ପ୍ରକ୍ରିୟା।

ତେବେ ଏହି ପ୍ରସଙ୍ଗରେ କୋର୍ଟ ଆସନ୍ତା ୨୧ ତାରିଖରେ ପୁଣିଥରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଚଳିତବର୍ଷ ସର୍ବଭାରତୀୟ ପ୍ରଶାସନିକ ସେବାର ଦ୍ବିତୀୟ ପର୍ଯ୍ୟାୟ(ମେନ) ପରୀକ୍ଷା ଅନୁଷ୍ଠିତ ହୋଇଥÒଲା ବେଳେ ଏହି ସମୟରେ କରୋନା ଆକ୍ରାନ୍ତ ତିନି ପ୍ରାର୍ଥୀ ପରୀକ୍ଷା ସମ୍ପୂର୍ଣ୍ଣ କରିପାରିନଥିଲେ। ସେମାନେ ପୂର୍ବରୁ ପ୍ରିଲିମରେ ଉତ୍ତୀର୍ଣ୍ଣ ହୋଇଥିଲେ ହେଁ ମେନ୍‌ ପରୀକ୍ଷା ଦେବାକୁ ଅସମର୍ଥ ହୋଇଥିଲେ।

Leave A Reply

Your email address will not be published.