ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁଦ୍ଧଭୂମିରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ୨ ସୈନ୍ୟ, ବରଯାତ୍ରୀ ସାଜିଲେ ୟୁକ୍ରେନ୍‌ ସେନା

କିଭ : ରୁଷ-ୟୁକ୍ରେନ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ରୁଷ ସେନାର ଆକ୍ରମଣରେ ୟୁକ୍ରେନର ଅଧାରୁ ଅଧିକ ଅଞ୍ଚଳ ଧ୍ବସ୍ତବିଧ୍ବଂସ୍ତ ହୋଇପଡିଛି। ୟୁକ୍ରେନ ସେନାର କଡା ମୁକାବିଲା ସତ୍ତ୍ବେ ଅନେକ ପ୍ରମୁଖ ସହରକୁ ଶତ୍ରୁପକ୍ଷ ସେନା କବଳରୁ ମୁକ୍ତ କରାଯାଇପାରିନି। ବହୁ ଅଞ୍ଚଳରେ ସାଧାରଣ ନାଗରିକ ଖାଦ୍ୟପାନୀୟ ନ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୦ ୟୁକ୍ରେନବାସୀ ପଡୋଶୀ ଦେଶରେ ଶରଣ ନେଇଛନ୍ତି। ଏଭଳି ସ୍ଥିତିରେ ଯୁଦ୍ଧ ଭୂମିରେ ୟୁକ୍ରେନର ୨ ସୈନିକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଞ୍ଚଳିକ ସୁରକ୍ଷାରେ ନିୟୋଜିତ ଲେସ୍ୟା ଏବଂ ଭାଲେରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉଭୟେ ହାତରେ ଫୁଲତୋଡା ଧରି ଯାଉଥିବାର ଦେଖିବାକୁ ମିଳୁଛି। ସେମାନଙ୍କୁ ଚାରିପାଖରୁ ସହଯୋଗୀ ଘେରି ରହିଛନ୍ତି ଏବଂ ସ୍ଥାନୀୟ ସଙ୍ଗୀତ ଗାନ କରୁଛନ୍ତି। ଜଣେ ସୈନିକ ପାରମ୍ପରିକ ୟୁକ୍ରେନ ବାଦ୍ୟ ବଜାଉଥିବା ଦେଖିଯାଉଛି। କନ୍ୟା ସେନା ପୋଷାକରେ ଧଳାରଙ୍ଗର ଫୁଲତୋଡା ଧରି ଭାଲେରିଙ୍କ ସହ ଛିଡା ହୋଇଛନ୍ତି। ପାଉଲ ରୋଞ୍ଜିମର ପ୍ରଥମେ ଏହି ଭିଡିଓ ଅପଲୋଡ କରିଥିଲେ। ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଖିସାରିଲେଣି।

ଅନ୍ୟପକ୍ଷରେ ରୁଷ ସୋମବାର ୟୁକ୍ରେନର ଏକ ପାଉଁରୁଟି କାରଖାନାରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଘଟଣାରେ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। କିଭର ମାକାରିଭରେ ଏହି କାରଖାନା ରହିଛି। ଏହା ମଧ୍ୟରୁ ୧୩ ଜଣଙ୍କ ଶବ ଉଦ୍ଧାର କରାଗଲାଣି। ରୁଷ ରାଷ୍ଟ୍ରପତି କିଛି ଅଞ୍ଚଳରେ ଯୁଦ୍ଧବିରତି ଘୋଷଣା କରିଥିଲେ ମଧ୍ୟ ଅନ୍ୟ କିଛି ସହରରେ କ୍ଷେପଣାସ୍ତ୍ର ମାଡ଼ ଜାରି ରହିଛି। ସେହିପରି ରୁଷ ଏବଂ ୟୁକ୍ରେନ ମଧ୍ୟରେ ବେଲାରୁଷରେ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇଛି। କିଭ୍‌ ଅଧିକାରୀ ଆଲୋଚନା ସକରାତ୍ମକ ରହିଥିବା ଉଲ୍ଲେଖ କରିଛନ୍ତି। ତେବେ ରୁଷିଆ ମଧ୍ୟସ୍ଥି ସେମାନଙ୍କ ଆଶା ପୂରଣ ହୋଇନଥିବା କହିଛନ୍ତି।

Leave A Reply

Your email address will not be published.